ଭେଙ୍କଟେଶଙ୍କ ଜବରଦସ୍ତ ୩୬୦ ଡିଗ୍ରୀ ଛକା : ପ୍ରଶଂସକ ଖୁସ୍

Published By : Prameya-News7 Bureau | February 21, 2022 IST

ନୂଆଦିଲ୍ଲୀ, ୨୧|୦୨ :  ଓ୍ୱେଷ୍ଠ ଇଣ୍ଡିଜ ବିପକ୍ଷରେ ଭାରତ ଟି୨୦ ସିରିଜକୁ କ୍ଲିନ୍ ସ୍ୱିପ୍ କରିଛି । ତୃତୀୟ ତଥା ଶେଷ ଟି୨୦ରେ ଦମଦାର ପାଳି ଖେଳିଥିଲେ ଭେଙ୍କଟେଶ ଆୟର । ଦଳକୁ ସଙ୍କଟ ସମୟରେ ରକ୍ଷା କରିଥିଲେ । ମ୍ୟାଚରେ ସେ ୧୯ ବଲରୁ ଦମଦାର ୩୫ ରନ୍ ସ୍କୋର କରିଥିଲେ । ଦୁଇଟି ଲମ୍ବା ଛକା ଓ ୪ ଆକର୍ଷଣୀୟ ଚଉକା ଲଗାଇଥିଲେ ସେ ।

ନିଜ ଇନିଂସରେ ଭେଙ୍କଟେଶ ଏପରି ଏକ ଛକା ଲଗାଇଥିଲେ ଯାହାକୁ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ । ସେ କ୍ରିଜରେ ରହି ୩୬୦ ଡିଗ୍ରୀରେ ଛକା ଲଗାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ଏହି ସଟ୍‌କୁ ଖୁବ୍ ପସନ୍ଦ କରୁଛନ୍ତି ।

wp:html /wp:html

ଏପରି ଭାବେ ଭେଙ୍କଟେଶ ଲଗାଇଥିଲେ ୩୬୦ ଡିଗ୍ରୀ ଛକା

ଭେଙ୍କଟେଶ ୧୮ ତମ ଓଭରରେ ଏହି ଛକା ମାରିଥିଲେ । ବୋଲିଂ କରୁଥିଲେ ଡାସନ ହୋଲଡର୍ । ଓଭରର ପଞ୍ଚମ ବଲରେ ଭେଙ୍କଟେଶ ଡାହାଣ ଗୋଡ ଆଗକୁ ନେଇ କ୍ରିଜରେ ବସି ଛକା ମାରିଥିଲେ । ବଲ ଫାଇନ୍ ଲେଗ ବାଉଣ୍ଡରୀ ସେପଟେ ପଡିଥିଲା ।

ଗୁରୁତ୍ୱପୂର୍ଣ୍ଣ ସମୟରେ ଭେଙ୍କଟେଶ ଏହି ପାଳି ଖେଳିଥିଲେ । ଯେତେବେଳେ ଭାରତ ୯୩ ରନରେ ୪ ଓ୍ୱିକେଟ୍ ହରାଇଥିଲା ସେତେବେଳ ଭେଙ୍କଟେଶଙ୍କ ବ୍ୟାଟ୍ ଚାଲିଥିଲା । ସେ ସୂର୍ଯ୍ୟକୁମାର ଯାଦବଙ୍କ ସହ ମିଳି ପାଳି ସମ୍ଭାଳିଥିଲେ । ଉଭୟ ପଞ୍ଚମ ଓ୍ୱିକେଟରେ ୩୭ ବଲରୁ ୯୧ ରନ୍ ସଂଗ୍ରହ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.