oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ହିଜାବ ବିବାଦ: ଅନାବଶ୍ୟକ ବିବାଦଠୁ ଦୂରେଇ ରୁହନ୍ତୁ, ମନେ ରଖ ଆମେ ପ୍ରଥମେ ଭାରତୀୟ- ଉପ ରାଷ୍ଟ୍ରପତି

26/02/2022 at 11:11 PM

ବେଙ୍ଗାଲୁରୁ ୨୬।୦୨: କର୍ଣ୍ଣାଟକରେ ହିଜାବ ବିବାଦ ମଧ୍ୟରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଅନାବଶ୍ୟକ ବିବାଦକୁ ପ୍ରୋତ୍ସାହିତ ନକରିବା ଉଚିତ୍ ବୋଲି କହିଛନ୍ତି। ବିଦ୍ୟାର୍ଥୀଙ୍କୁ ସ୍କୁଲ ୟୁନିଫର୍ମ ନିୟମର ପାଳନ କରିବା ଉଚିତ୍। ବେଙ୍ଗାଲୁରୁରେ ଏକ ଘରୋଇ ସ୍କୁଲରେ ଇଣ୍ଡୋର ସ୍ପୋର୍ଟ୍ସ ଏରିନାର ଉଦଘାଟନ କରିବା ପରେ ନାଇଡୁ କହିଛନ୍ତି, କର୍ଣ୍ଣାଟକରେ ଚାଲିଥିବା ବିବାଦ ପରି ଅନାବଶ୍ୟକ ବିବାଦକୁ ପ୍ରୋତ୍ସାହନ ଦେବା ଉଚିତ୍ ନୁହେଁ। ସେଥିରୁ ଦୂରେଇ ରହିବା ଉଚିତ୍।

ବିବିଧ ଭାରତୀୟ ସଂସ୍କୃତିର ସୁନ୍ଦରତାକୁ ଅନୁଭବ କରିବାର ଆବଶ୍ୟକତା ଥିବା ନାଇଡୁ କହିଛନ୍ତି। ସେ କହିଛନ୍ତି ବିବିଧତାରେ ଏକତା ହେଉଛି  ଭାରତର ବିଶେଷତ୍ଵ। ଭିନ୍ନ ଭାଷା, ଅଲଗା ବେଶଭୂଷା ପରେ ବି ଆମେ ଗୋଟିଏ ଦେଶ। ଲୋକଙ୍କୁ ଏହା ମନେ ରଖିବା ଉଚିତ୍ ଯେ, ଆମେ ସମସ୍ତେ ପ୍ରଥମେ ଭାରତୀୟ। ଜାତି,ପନ୍ଥ, ଲିଙ୍ଗ, ଧର୍ମ ଏବଂ କ୍ଷେତ୍ର ଅଲଗା ହେଲେ ବି ଆମେ ସମସ୍ତେ ଏକ। ଏହି ସବୁକୁ ମନେ ରଖିବା ଉଚିତ୍। କୌଣସିରେ ଭେଦଭାବ ହେବା ଉଚିତ୍ ନୁହେଁ ବୋଲି ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି।

ନାଇଡୁ ଏହା ମଧ୍ୟ କହିଛନ୍ତି, ଲୋକେ ସେହି  ଭାଷା ଉପରେ ଗର୍ବ ଅନୁଭବ କରିବା ଉଚିତ୍, ଯାହା ସେମାନେ କୁହନ୍ତି ଏବଂ ତାର ପ୍ରଚାର କରନ୍ତି। ସ୍କୁଲର ପାଠ୍ୟକ୍ରମ ଉପରେ ଜୋର ଦେଇ ନାଇଡୁ କହିଛନ୍ତି, ନୂତନ ଶିକ୍ଷା ନୀତି ଶିକ୍ଷା କ୍ଷେତ୍ରକୁ ନୂତନ ଦିଗ ଦେଖାଇବ। ରାଜ୍ୟ ସରକାର ଏବଂ ଶିକ୍ଷାନୁଷ୍ଠାନକୁ ଖେଳ, ପାଠପଢାକୁ ପ୍ରାଥମିକତା ଦେବା ଏବରଂ ପିଲାଙ୍କ ଆଧ୍ୟାତ୍ମିକ ବିକାଶ ଦିଗରେ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଛନ୍ତି।

   Related Posts