scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୪୦ ହଜାର କୋଟି ଟଙ୍କାର ମାଲିକ, ବାଛିନେଲେ ସନ୍ନ୍ୟାସୀ ପଥ

20/07/2023 at 1:47 PM

ନୂଆଦିଲ୍ଲୀ ୨୦।୦୭: ଆଜିକା ଦିନରେ ବିଳାଶପୂର୍ଣ୍ଣ ଜୀବନ ଅତିବାହିତ କରିବା ପାଇଁ କିଛି ଭଲ ରାସ୍ତା ବାଛିଥାନ୍ତି ତ ଆଉ କିଛି ଖରାପ । କାହିଁକି ନାଁ ଲଗଜୁରୀ ଲାଇଫ୍ ସମସ୍ତଙ୍କ ପସନ୍ଦ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ନିଜର  କୋଟିକୋଟି ଟଙ୍କାର ସମ୍ପତ୍ତି ଛାଡି ହୋଇଯାଇଛନ୍ତି ସନ୍ୟାସି ।  ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଏହା ସତ ।

ବାପା ଜଣେ ବିଜନେସ୍‌ମ୍ୟାନ୍ । କିନ୍ତୁ ପୁଅ ଆପଣାଇନେଲେ ଭିକ୍ଷୁକଙ୍କ ରାସ୍ତା । ଆମେ କହୁଛୁ ଭେନ୍ ଅଜନ୍ ସିରିପାନ୍ୟୋଙ୍କ କଥା। ଯିଏକି ବିଜନେସ୍ ଟାଇକୋନ୍ ଏୟାରସେଲ୍ ଅଧ୍ୟକ୍ଷ ଆନନ୍ଦ କ୍ରିଷ୍ଣାଙ୍କ ପୁଅ । ଲୋଭ ସାମ୍ରାଜ୍ୟକୁ ଭୁଲି ୪୦ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ଛି  କରିଦେଇଛନ୍ତି । ଆଉ ଏବେ ସାଧାରଣ ଜୀବନଯାପନ କରୁଛନ୍ତି ।

କହିବାକୁ ଗଲେ ଟେଲିକମ୍ ଜଗତରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛନ୍ତି ଆନନ୍ଦ କ୍ରିଷ୍ଣା । ଏୟାରସେଲ୍ କହିଲେ ଅନେକ ସ୍ମୃତି ଆଖି ସାମ୍ନାକୁ ଆସିଯାଏ । ଅବଶ୍ୟ ଏବେ କମ୍ପାନୀ ବନ୍ଦ ହୋଇଯାଇଛି । କିନ୍ତୁ ଦିନେ ଆଇପିଏଲ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର୍ କିଙ୍ଗସ୍ର ସ୍ପୋନସର୍ ଥିଲା ଏୟାରସେଲ୍ । ଟେଲିକମ୍ ବ୍ୟତିତ ମିଡ଼ିଆ, ଅଏଲ୍, ଗ୍ୟାସ୍, ରିଅଲ ଇଷ୍ଟେଟ୍ ଓ ସାଟେଲାଇଟ୍ କମ୍ପାନୀ ମଧ୍ୟ ରହିଛି ଆନନ୍ଦ କ୍ରିଷ୍ଣାଙ୍କର । 

କିନ୍ତୁ ପିତାଙ୍କ ବିଳାସପୂର୍ଣ୍ଣ ଚାଲିଚଳନକୁ ପାଦରେ ଆଡ଼େଇ ସନ୍ନ୍ୟାସୀ ରାସ୍ତା ଆପଣାଇ ନେଇଛନ୍ତି ସେ ।  ତାମିଲନାଡୁରେ ଜନ୍ମ ଗ୍ରହଣ କରିଥିଲେ ସିରିବାନ୍ୟୋ । ମାତ୍ର ୧୮ ବର୍ଷ ବୟସରେ ସନ୍ନ୍ୟାସୀ ହୋଇଯାଇଥିଲେ ଆନନ୍ଦଙ୍କ ପୁଅ ସିରିବାନ୍ୟୋ । ତେବେ କେଉଁ କାରଣ ପାଇଁ ସେ ଏଭଳି ରାସ୍ତା ବାଛିନେଲେ ସେ କଥା ଅସ୍ପଷ୍ଟ ।

ଶୁଣିବାକୁ ମିଳେ ଯେ ସେ କେବଳ କୌତୁହଳ ବା ମଜା ନେବା ପାଇଁ କିଛିଦିନ ସନ୍ନ୍ୟାସୀ ହେବାକୁ ଚାହୁଁଥିଲେ। କିନ୍ତୁ ସେହି ମଜା ତାଙ୍କୁ ଆଜୀବନ ସନ୍ନ୍ୟାସୀ କରିଦେଇଥିଲା। ଆଉ ସିରିବାନ୍ୟୋ ସାଧାରଣ ଜୀବନଯାପନ କରିବା ରାସ୍ତା ବାଛିନେଇଥିଲେ। ସିରିବାନ୍ୟୋ ସନ୍ନ୍ୟାସୀ ହେବାକୁ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହୋଇଗଲାଣି । ସେ ଜଙ୍ଗଲର ଏକାନ୍ତବାସ କରିବାକୁ ବାଛିନେଇଥିଲେ । ଏହା ସହିତ ଥାଇଲାଣ୍ଡର ଥାଟୋ ଥାମ୍ ମଠରେ ମୁଖ୍ୟ ମହନ୍ତ ମଧ୍ୟ ରହିଛନ୍ତି । ପିଲାଦିନେ ଦେଶରୁ ଦେଶକୁ ବୁଲୁଥିବା ପିଲା ଓ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ସନ୍ତାନ ଏବେ ଆଜୀବନ ସନ୍ନ୍ୟାସୀ।

You Can Read:

   Related Posts