ଅଜଣା ଗାଡ଼ି ଧକ୍କାରେ ୫ ମଇଁଷି ମୃତ, ବେପରୁଆ ଗାଡି ଚାଳନାକୁ ଦାୟୀ କଲେ ଲୋକେ

Published By : Prameya-News7 Bureau | July 21, 2023 IST

ବାଲିଗୁଡା ୨୧/୦୭: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଅଭାବନୀୟ ଘଟଣା । ଅଜଣା ଗାଡ଼ି ଧକ୍କାରେ ପାଞ୍ଚ ମଇଁଷି ମୃତ । ବିଳମ୍ବିତ ରାତିରେ ଘଟିଛି ଘଟଣା । ଜାତୀୟ ରାଜପଥ ଏନ୍ ଏଚ ୫୯ରେ ଘଟିଛି ଏହି ଦୁର୍ଘଟଣା । ଖବର ପାଇ ବାଲିଗୁଡା ପୋଲିସ ପହଞ୍ଚି ଏନ୍ଏସି ସହାୟତାରେ ମଇଁଷି ମାନଙ୍କ ମୃତଦେହକୁ ରାସ୍ତାରେ ହଟାଇ ଅନ୍ୟତ୍ର ପୋତିବା ବ୍ୟବସ୍ଥା କରାଯାଇଛି ।

ବାଲିଗୁଡା ଏନଏସିରେ କାଞ୍ଜିଆ ହୁଦା କିମ୍ବା ଗୋଶାଳା ନଥିବାରୁ ଏବଂ ବେପରୁଆ ଭାବରେ ଗାଡି ଚାଳନା ଯୋଗୁଁ ଏହିଭଳି ଭାବେ ବାରମ୍ୱାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏନ୍‌ଏସି କର୍ତ୍ତୃପକ୍ଷ କାଞ୍ଜିଆହୁଦା କିମ୍ବା ଗୋ ଶାଳା ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.