୭୫ ବର୍ଷରୁ ଠିଆ ହୋଇଛି ଶତାଧିକ ଗାଡି, ଜାଣନ୍ତୁ ଏହା ପଛର କାହାଣୀ

Published By : Prameya-News7 Bureau | October 23, 2022 IST

ନୂଆଦିଲ୍ଲୀ ୨୩।୧୦: ମଣିଷଙ୍କ ସମାଧି ସ୍ଥଳ ଦେଖିଥିବେ। କିନ୍ତୁ ଗାଡ଼ିର ସମାଧି ସ୍ଥଳ ଦେଖିଛନ୍ତି କି ? ବେଲ୍‌ଜିୟମ୍‌ର ଦକ୍ଷିଣ ଭାଗରେ ଚଟିଲୋନ୍‌ ନାମକ ସ୍ଥାନ ଅଛି । ଯେଉଁଠାରେ ଏକ ଜଙ୍ଗଲରେ ଦେଖିବାକୁ ମଳେ ଶତାଧିକ ଗାଡ଼ି । ଏଗୁଡ଼ିକ ବିଗତ ୭୫ ବର୍ଷରୁ ଅଧିକ ସମୟରୁ ଏଠାରେ ଠିଆ ହୋଇ ରହିଛନ୍ତି । କାର୍‌ ଗୁଡ଼ିକର ଅବସ୍ଥା ଏମିତି ଯେ ସେଗୁଡ଼ିକ ଭିତରୁ ଗଛ ମାଡି ଯାଇଛି। ଜାଣିଛନ୍ତି ଏହା ପଛରେ ଏକ ରୋଚକ କାହାଣୀ ବିଷୟରେ ।

ଲୋକଙ୍କ କହିବା ଅନୁସାରେ, ୨ୟ ବିଶ୍ୱଯୁଦ୍ଧ ସମୟରେ ଆମେରିକୀୟ ସୈନ୍ୟମାନେ ଏଠାକୁ ଆସିଥିଲେ। ସେମାନେ ଏଠାରୁ ଆଗକୁ ଯିବାକୁ ରାସ୍ତା ପାଇଲେ ନାହିଁ । ସେମାନଙ୍କୁ ଚେତାବନୀ ମିଳିଲା ଯେ ସମସ୍ତ ସୈନ୍ୟ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ। କିନ୍ତୁ ଗାଡ଼ି ସାହାଯ୍ୟରେ ସୁରକ୍ଷିତ ସ୍ଥାନକୁ ଯିବା ସମ୍ଭବ ନ ଥିଲା । ସେଥିପାଇଁ ଲୋକେ ସେମାନଙ୍କ ଗାଡ଼ିକୁ ଏଠାରେ ଛାଡ଼ି ଚାଲି ଯାଇଥିଲେ। ପରେ ସେମାନେ ଗାଡ଼ିକୁ ନେବା କଥା ଚିନ୍ତାକଲେ । କିନ୍ତୁ ଆମେରିକା ନେବାର ଖର୍ଚ୍ଚ ଗାଡ଼ି ମୂଲ୍ୟଠାରୁ ବହୁତ ଅଧିକ ଥିଲା । ସେଥିପାଇଁ ଗାଡ଼ି ସବୁ ଏହିଠାରେ ରହିଯାଇଥିଲା । ସେବେଠୁ ଏହି ଗାଡ଼ିମାନଙ୍କର ସମାଧି ସ୍ଥଳ ଭାବରେ ରୂପ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.