୧୫ବର୍ଷରୁ ଅଧିକ ପୁରୁଣା ଗାଡିର ପଞ୍ଜୀକରଣ ହେବ ରଦ୍ଦ, ରାଜ୍ୟରେ ଲାଗୁ ହେବ ଭେହିକିଲ୍ ସ୍କ୍ରାପେଜ୍ ପଲିସି

Published By : Prameya-News7 Bureau | August 16, 2021 IST

ଭୁବନେଶ୍ବର ୧୬।୮: ରାସ୍ତାରୁ ହଟିବ ପୁରୁଣା ଗାଡି । ରାଜ୍ୟରେ ଲାଗୁ ହେବ କେନ୍ଦ୍ର ସରକାରଙ୍କ ଭେହିକିଲ୍‌ ସ୍କ୍ରାପେଜ୍ ପଲିସି । ଫିଟ୍‌ନେସ୍ ନଥିବା ୧୫ ବର୍ଷରୁ ଅଧିକ ପୁରୁଣା ଗାଡିକୁ ହଟାଇ ଦିଆଯିବ । କେନ୍ଦ୍ରର ଏହି ଆଇନକୁ ଖୁବ୍ ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ କରାଯିବ । ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଲକ୍ଷାଧିକ ପୁରୁଣା ଗାଡି ଚଳାଚଳ କରୁଛି । ସେସବୁକୁ ଚିହ୍ନଟ କରାଯାଇଛି । ତେବେ ଖୁବ୍ ଶୀଘ୍ର ସେହି ପୁରୁଣା ଗାଡିଗୁଡିକୁ ହଟାଯିବ । କେନ୍ଦ୍ରର ନୂଆ ଗାଇଡ୍ ଲାଇନ୍ ଆସିବା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ନ୍ୟାସନାଲ ଭେହିକିଲ୍ ସ୍କ୍ରାପେଜ୍ ପଲିସି ଲଞ୍ଚ୍ କରାଯାଇଛି । ଏହି ପଲିସି ଅନୁସାରେ, ଏକ ନିର୍ଦ୍ଧିଷ୍ଟ ସମୟ ସୀମାଠୁ ଅଧିକ ପୁରୁଣା ଗାଡିଗୁଡିକୁ ଫିଟନେସ୍ ଟେଷ୍ଟ କରାଇବାକୁ ପଡିବ । ଇଞ୍ଜିନ ଅବସ୍ଥା, ଫୁଏଲ ଏଫିସିଏନ୍ସି, ସେଫ୍ଟିର ଟେଷ୍ଟ କରାଯିବ । ପୁରୁଣା ଗାଡି ଏହି ଟେଷ୍ଟରେ ଫେଲ୍ ହେଲେ ପଞ୍ଜୀକରଣ ରବ୍ଦ କରାଯିବ। ସେସବୁ ଗାଡିକୁ ସ୍କ୍ରାପକୁ ପଠାଯିବ । ତେବେ ଖୁବ୍ ଶୀଘ୍ର ଏହି ପଲିସି ରାଜ୍ୟରେ କାର୍ଯ୍ୟକାରୀ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.