ଭୁବନେଶ୍ବରରେ ପୂର୍ବତନ କର୍ପୋରେଟରଙ୍କ ୫ଟି ଗାଡି ପୋଡିଲେ ଦୁର୍ବୃତ୍ତ
26/09/2018 at 9:27 AM

ଭୁବନେଶ୍ବର ୨୬|୯: ରାଜଧାନୀରେ ଲଙ୍କାକାଣ୍ଡ । ପୂର୍ବତନ କର୍ପୋରେଟରଙ୍କ ୫ଟି ଗାଡି ପୋଡିଲେ ଦୁର୍ବୃତ୍ତ । ପୂର୍ବତନ ବିଜେପି କର୍ପୋରେଟର ଲାଲା ଅଶୋକ କୁମାର ରାୟଙ୍କ ଗାଡି ପୋଡି ଦେଇଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଘରେ ପଶି ଗାଡି ଜାଳିଦେଇଥିବା ଅଭିଯୋଗ ହୋଇଛି। ଗୋଟିଏ କାର୍, ୨ଟି ବାଇକ୍ ଓ ୨ଟି ସ୍କୁଟି ଜାଳିଦେଇଛନ୍ତି । ତେବେ ଗାଡି ପୋଡିର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପହଞ୍ଚି ଖାରବେଳନଗର ପୋଲିସର ତଦନ୍ତ ଜାରି ରଖିଛି ।