ଗାଡି ଓ ଚାଳକ ଜୟପୁରରେ – ଅନ୍‌ଲାଇନ୍‌ ଚାଲାଣ କଟିଛି ଭୁବନେଶ୍ୱରରେ, ଗାଡିର ସିସିଟିଭି ଫୁଟେଜ୍‌ ସହ ଥାନାର ଦ୍ୱାରସ୍ଥ ହେଲେ ଗାଡି ମାଲିକ

Published By : Prameya-News7 Bureau | November 22, 2019 IST

ଜୟପୁର ୨୨।୧୧: ଗାଡି ଓ ଗାଡି ଚାଳକ ଜୟପୁରରେ । ହେଲେ ଅନ୍ ଚାଲାଣ କଟିଲା ଭୁବନେଶ୍ୱରରେ। ତାହା ବି ପୁଣି  ଦ୍ରୁତ ଗତିରେ ଗାଡି  ଚାଳନା ବିନା ଡ୍ରାଇଭିଂ ଲାଇସେନ୍ସ ଅଭିଯୋଗରେ।

 ଘଟଣାଟି ଆଶ୍ଚର୍ଯ୍ୟ ହେଲେ ବି ଏମିତି କିଛି ଅବିଶ୍ୱସନୀୟ ଘଟଣା ଘଟିଛି । ଭୁବନେଶ୍ୱର ଆରଟିଓ ଙ୍କ ଏପରି ଏଭଳି ଭୁଲ୍‌ ପ୍ରତିବାଦରେ ଜୟପୁର ଟାଉନ  ଥାନାର ଦ୍ୱାରସ୍ଥ ହୋଇଛନ୍ତି ଗାଡି ମାଲିକ। ଅଭିଯୋଗ ଅନୁସାରେ ଜୟପୁର ପାଓ୍ବାର ହାଉସ କଲୋନୀ ବାସିନ୍ଦା ତାପସ ନନ୍ଦ ନିଜ ବାଇକ OD 10M 7070 କୁ ଗତ ୧୯ ତାରିଖ ଦିନ ଦ୍ରୁତ ଗତିରେ ଭୁବନେଶ୍ୱର ପୁରୀ ରାସ୍ତାରେ ଚଲାଉଥିବା ଅଭିଯୋଗରେ ୨୦୦୦ ଟଙ୍କା ଫାଇନ ଡିପୋଜିଟ କରିବାକୁ ଭୁବନେଶ୍ୱର  ଆର୍‌ଟିଓ ୨  ତରଫରୁ ତାଙ୍କ ମୋବାଇଲକୁ ଗତ କାଲି ନୋଟିସ ଆସିଛି ।

ଆଉ ଏହା ଦେଖିବା ପରେ ତାପସ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।କାରଣ ସେହି ଦିନ ସେହି ସମୟରେ ସେ ଜୟପୁରସ୍ଥିତ ନିଜ ଦୋକାନରେ ଥିଲେ ଓ ଦୋକାନ ସାମ୍ନାରେ ସେହି ଗାଡିକୁ ପାର୍କିଂ ବି କରିଥିଲେ। ଆଉ ଏହାର  ସିସିଟିଭି ଭିଡିଓ ସେ ପ୍ରମାଣ ଆକାରରେ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.