ବେଆଇନ୍ ଗୋରୁ ଚାଲାଣର ପର୍ଦ୍ଦାଫାଶ, ୫୦ରୁ ଅଧିକ ଗୋରୁ ଉଦ୍ଧାର

Published By : Prameya-News7 Bureau | September 06, 2020 IST

ସାଲେପୁର  ୦୬।୦୯: ବେଆଇନ ଗୋରୁ ଚାଲାଣ ବେଳେ ଧରିଲା ବଜରଙ୍ଗୀ ସେନା । ଆଗଠଗଡ଼ରୁ କୋଲକାତା ବେଆଇନ୍‌ ଭାବେ ଗୋରୁ ଚାଲାଣ ହେଉଥିଲା । ଜଗତପୁର ଥାନା ଓ ଚୌଦ୍ୱାର ଥାନାରୁ ୨ଟି ଅଞ୍ଚଳରୁ ଧରିଛନ୍ତି ବଜରଙ୍ଗ ସେନା ।

ଜଗତପୁର ଗୋଲେଇ ଛକ ଓ ଚୌଦ୍ୱାର କଖଡିର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ବଜରଙ୍ଗୀ ସେନା ଓ ବିଶ୍ୱହିନ୍ଦୁ ପରିଷଦ ମିଳିତ ଭାବେ ଦୁଇଟି ଗୋରୁ ବୋଝେଇ ଗାଡି ଜବତ କରିଛି । ବେଆଇନ ଭାବେ ଏହି ଗୋରୁ ଗାଡି ଆଠଗଡରୁ କୋଲକାତା ଅଭିମୁଖେ ଯାଉଥିବା ସମୟରେ ଜବତ ହୋଇଛି ।

ତେବେ ଜବତ ହୋଇଥିବା ଗାଡିରୁ ପ୍ରାୟ ୫୦ରୁ ଅଧିର ଗୋରୁ ଉଦ୍ଧାର କରାୟାଇଛି । ଏହାସହ ଗୋରୁ ଗାଡିରୁ ଲଙ୍କା ଗୁଣ୍ଡ, ମାରଣାସ୍ତ୍ର ଥିବା ଜଣାପଡିଛି । ପରେ ରାଷ୍ଟ୍ରୀୟ ବଜରଙ୍ଗୀ ସେନା ଜଗତପୁର ପୋଲିସ ଓ ଚୌଦ୍ୱାର ପୋଲିସଙ୍କ ହେପାଜତରେ ଦେଇଛନ୍ତି ଜବତ ହୋଇଥିବା ଗାଡି ଓ ଗୋରୁ । ସମସ୍ତ ଗୋରୁଙ୍କୁ ଗୋଶାଳାକୁ  ସ୍ଥାନାନ୍ତର କରାଇବେ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.