‘ବଡ଼େ ମିୟାଁ ଛୋଟେ ମିୟାଁ’ ପାଇଁ ନିରାମିଷାଶୀରୁ ଆମିଷାଶୀ ପାଲଟିଲେ ମାନୁଷୀ, କହିଲେ- କେବେ ବି ଭାବିନଥିଲି

Published By : Prameya-News7 Bureau | April 23, 2024 IST

ମୁମ୍ଵାଇ ୨୩।୦୪: ନିକଟରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ । ଏହି ଫିଲ୍ମର ଲିଡ୍‌ ଅଭିନେତ୍ରୀ ମାନୁଷୀ ନିରାମିଷାଶୀରୁ ଆମିଷାଶୀ ପାଲଟିଛନ୍ତି । ତେବେ ତାଙ୍କୁ ଏମିତି କାହିଁକି କରିବାକୁ ପଡ଼ିଲା, ଏନେଇ ଏକ ସାକ୍ଷାତକାରରେ ସେ ଖୁଲାସା କରିଛନ୍ତି । ସେ କହିଛନ୍ତି ‘ମୁଁ ଆଜି ପର୍ଯ୍ୟନ୍ତ ନିରାମିଷାଶୀ ଥିଲି । ଜୀବନରେ କଦାପି ଆମିଷ ଖାଇବି ନାହିଁ ବୋଲି ଭାବିଥିଲି । 

ତା’ପରେ ‘ବଡ଼େ ମିୟାଁ ଛୋଟେ ମିୟାଁ’ ଅଫର୍‌ ମିଳିଲା । ଏହି ସମୟରେ ମୁଁ କୋଭିଡ୍‌ ସଂକ୍ରମଣର ଶିକାର ହେଲି । ମୁଁ ବହୁତ ଭୟଭୀତ ହୋଇଯାଇଥିଲି, କାରଣ ‘ବଡ଼େ ମିୟାଁ...’ ପାଇଁ ମୋତେ ମାଂସପେଶୀ ବଢ଼ାଇବାର ଥିଲା । ମୋ ବାପା ଯିଏକି ଜଣେ ଡାକ୍ତର, ମୋତେ ମାଂସ ଖାଇବାକୁ ପରାମର୍ଶ ଦେଲେ । ଏହି ସମୟରେ ସେ ମୋ ଖାଦ୍ୟପେୟ ଉପରେ ଖୁବ୍‌ ଧ୍ୟାନ ଦେଉଥିଲେ । ପାଖରେ ବସି ମୋତେ ଜବରଦସ୍ତି ଆମିଷ ଖୁଆଉଥିଲେ । 

ଫିଲ୍ମର ଅଧିକାଂଶ ସୁଟିଂ ଜୋର୍ଡାନ, ସ୍କଟ୍‌ଲ୍ୟାଣ୍ଡ ଓ ଲଣ୍ଡନରେ ହୋଇଥିଲା । ସ୍କଟ୍‌ଲ୍ୟାଣ୍ଡରେ ନିରାମିଷ ଖାଦ୍ୟ ବେଶି ମିଳୁନଥିଲା । ମାଂସ ମୋ ପାଇଁ ପ୍ରୋଟିନର ସହଜ ସ୍ରୋତ ପାଲଟିଥିଲା ।’ ଗତ ୧୧ ତାରିଖରେ ଥିଏଟରକୁ ଆସିଥିବା ‘ବଡ଼େ ମୟାଁ ଛୋଟେ ମିୟାଁ’ରେ ମାନୁଷୀଙ୍କ ସହ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍‌ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ୩୫୦ କୋଟି ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଖାସ୍‌ କମାଲ କରିପାରିନି । ୧୧ ଦିନରେ ଏହା ମାତ୍ର ୫୫ କୋଟି ବ୍ୟବସାୟ କରିପାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.