Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଆଖି ବୁଜିଲା ପ୍ରଥମ ଶାକାହାରୀ କୁମ୍ଭୀର, ଅଜଣା ରାଇଜକୁ ଚାଲିଗଲା ବାବିୟା

11/10/2022 at 10:27 AM

କେରଳ ୧୧/୧୦: କେରଳର ଶ୍ରୀଅନନ୍ତପଦ୍ମନାଭ ସ୍ୱାମୀ ମନ୍ଦିରରେ ଥିବା ଶାକାହାରୀ କୁମ୍ଭୀର ବାବିୟାର ମୃତ୍ୟୁ ହୋଇଛି । କାସରଗୋଡ୍‌ ଜିଲ୍ଲାରେ ଅବସ୍ଥିତ ଏହି ମନ୍ଦିର ପୋଖରୀରେ ଏକମାତ୍ର କୁମ୍ଭୀର ରୂପେ ତାହା ବାସ କରୁଥିଲା ବୋଲି ମନ୍ଦିର କର୍ମକର୍ତ୍ତାମାନେ କହିଛନ୍ତି । ଗତ ରବିବାର ରାତିରେ ଏହାର ମୃତ୍ୟୁ ହୋଇଛି । ଗତ ଶନିବାରରୁ ଏହା ନିଖୋଜ ଥିଲା ।

ରବିବାର ରାତିରେ ତା’ର ଶବ ପୋଖରୀରେ ଭାସୁଥିବା ମନ୍ଦିର କର୍ମକର୍ତ୍ତାମାନେ ଦେଖିବାକୁ ପାଇଥିଲେ । ଏହି ଖବର ପ୍ରସାରିତ ହେବା ପରେ ଶତାଧିକ ଲୋକ ଶାକାହାରୀ କୁମ୍ଭୀରର ଶେଷ ଦର୍ଶନ କରି ତା’ ପ୍ରତି ସମ୍ମାନ ଜଣାଇଥିଲେ । ମନ୍ଦିର କର୍ମକର୍ତ୍ତାଙ୍କ ଦାବି, କୁମ୍ଭୀର ବାବିୟା କେବଳ ମନ୍ଦିରରେ ପ୍ରସ୍ତୁତ ପ୍ରସାଦ ଖାଉଥିଲା । ପୋଖରୀରେ ଥିବା ମାଛ ସେ ଆଦୌ ଖାଉନଥିଲା । ମନ୍ଦିରର ସମସ୍ତ ସ୍ଥାନକୁ ତା’ର ଅବାଧ ପ୍ରବେଶ ଥିଲା ।

ଅନେକ ସମୟରେ ଏହା ସୂର୍ଯ୍ୟ କିରଣ ପାଇବାକୁ ବାହାରକୁ ଆସି ବୁଲୁଥିଲା । ବାବିୟା ୭୦ ବର୍ଷ ଧରି ମନ୍ଦିରରେ ଥିଲା ବୋଲି ତା’ର ଶେଷ ଦର୍ଶନରେ ପହଞ୍ଚିଥିବା କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ରାଜ୍ୟ ମନ୍ତ୍ରୀ ଶୋଭା କରନ୍‌ଦଲାଜେ ଟ୍ୱିଟ୍‌ କରିଛନ୍ତି । ତା’ର ଆତ୍ମାର ସଦ୍‌ଗତି କାମନା କରି ସେ କହିଛନ୍ତି, ଶ୍ରୀ ଅନନ୍ତପଦ୍ମନାଭ ସ୍ୱାମୀ ମନ୍ଦିରରେ ପ୍ରସ୍ତୁତ ଅନ୍ନ ଓ ଗୁଡ଼ ପ୍ରସାଦ ଖାଇବାକୁ ସେ ଭଲ ପାଉଥିଲା । ଲୋକଙ୍କ ଦାବି ଯେ ଆଜି ପର୍ଯ୍ୟନ୍ତ ଏହି କୁମ୍ଭୀର କାହାର କୌଣସି କ୍ଷତି କରିନାହିଁ ।

୧୯୪୫ ମସିହାରେ ଜଣେ ବ୍ରିଟିଶ ସୈନ୍ୟ ଅନ୍ୟ ଏକ କୁମ୍ଭୀରକୁ ଗୁଳି କରିବାର କିଛି ଦିନ ପରେ ମନ୍ଦିର ପୋଖରୀରେ ବାବିୟା କୁମ୍ଭୀର ଦେଖିବାକୁ ମିଳିଥିଲା ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ । ମନ୍ଦିର ଆଖପାଖ ଲୋକଙ୍କ କହିବା ଅନୁସାରେ, ଏହା ମନ୍ଦିର ପୋଖରୀରେ ବିଚରଣ କରୁଥିବା ୩ୟ କୁମ୍ଭୀର ଥିଲା । ଏଠାରେ ଗୋଟିଏ କୁମ୍ଭୀର ଦେଖାଯାଉଥିଲା । ସେ ବୃଦ୍ଧ ହୋଇ ମରିବା ପରେ ହଠାତ୍‌ ଆଉ ଏକ କୁମ୍ଭୀର ନଜର ଆସୁଥିଲା ।

   Related Posts