କାର୍ତ୍ତିକ ମାସରେ ପରିବା ତାତି : ରାଜଧାନୀରେ ୫୦ ଟପିଲା ସବୁ ପରିବା

Published By : Prameya-News7 Bureau | October 30, 2018 IST

ଭୁବନେଶ୍ବର ୩୦|୧୦: କାର୍ତ୍ତିକ ମାସରେ  ପରିବା ତାତି । ଧର୍ମମାସରେ ଆମିଷ ଛାଡି ଶାକାହାରି ଭୋଜନ କରିବା ସହିତ ପୂଣ୍ୟ କମେଇବାକୁ ସମସ୍ତେ ଚାହାଥାନ୍ତି । ହେଲେ  ରାଜଧାନୀ ପରିବା ହାଟରେ ଆଳୁ ପିଆଜ ଟମାଟୋକୁ ଛାଡ଼ିଦେଲେ ପ୍ରାୟ ସୁବଜ ପରିବା ଦର ୫୦ଟଙ୍କା ଉପରେ । ​‌​ ସବୁଠୁ ଆଗରେ ଛୋଟକାଙ୍କଡ଼ ଦର ୧୦୦ଟଙ୍କା ରହିଛି । ବଜାରରେ ଖାଉଟୀଙ୍କ ପାଇଁ ମାଲ ନିଅଣ୍ଟ ପଡ଼ୁଥିବାବେଳେ, ଆଗକୁ ଦର ଆହୁରି ବଢିବା ବୋଲି ଆଶଙ୍କା କରୁଛନ୍ତି ବ୍ୟବସାୟୀ ।  ଆଳୁ, ପିଆଜ, ଟମାଟ ଦର ୩୦ ଟଙ୍କା ଭିତରେ ରହିଥିବାବେଳେ , ବିନ୍‌ସ ଦର ରହିଛି ୬୦ଟଙ୍କା । ସେପଟେ ପୋଟଳ ,ଶିମ୍ବ, ଖମ୍ବଆଳୁ , ବାଇଗଣ ,  କଲରା, ଭେଣ୍ଡି, ବଡ଼କାଙ୍କଡ଼ ଆଦି ସବୁଜ ପରିବା ଦର କିଲୋ ପିଛା ରହିଛି ୫୦ଟଙ୍କା । ଅର୍ଥାତ ପରିବା ବଜାରରେ ଦର ଏବେ  ଆକାଶ ଛୁଆଁ । ତିତିଲି ପାଇଁ ଚାଷ ପ୍ରଭାବିତ ହେଇଥିବାବେଳ, ବଜାରକୁ ମାଲ କମ ଆସୁଛି । ଫଳରେ ଦର ବଢିବା ଅନ୍ୟଏକ କାରଣ । ​‌​‌ ସେପଟେ ଖାଉଟିଙ୍କ  ଆବଶ୍ୟକତାକୁ ମେଣ୍ଟାଇବାକୁ ବାଜାରରେ ଯେତିକି ମାଲ ଅଛି ତାହା ନିଅଣ୍ଟ ପଡ଼ୁଛି । ଫଳରେ  ଦିନ କୁ ଦିନ ଦର ବଢିଚାଲିଛି । ତେଣୁ ଆଗକୁ ଆହୁରି ଦର ବଢିବ ବୋଲି ବ୍ୟବସାୟୀ କହୁଛନ୍ତି । ଯାହାକୁ ନେଇ ଚିନ୍ତାରେ ଖାଉଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.