ଚାଷ ଜମିରେ ଆଣ୍ଠୁଏ ଉଚ୍ଚର ପାଣି, ଆକାଶଛୁଆଁ ପରିବା ଦର

Published By : Prameya-News7 Bureau | August 23, 2022 IST

ଚଣ୍ଡୀଖୋଲ ୨୩/୦୮: ରାଜ୍ୟର ଅଧିକାଂଶ ଜିଲ୍ଲାରେ ବନ୍ୟା ବିଭୀଷିକା । ବିଭିନ୍ନ ସ୍ଥାନରେ ଲୋକେ ଏବେବି ଜଳବନ୍ଦୀ ଘେରର ରହିଛନ୍ତି । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ଏବେ ବନ୍ୟା ଯୋଗୁ ପରିବା ଦର ଆକାଶଛୁଆଁ ହୋଇଛି । ଏକର ଏକର ଚାଷ ଜମିରେ ପାଣି ପଶିବାରୁ ଜଳ ମଗ୍ନ ହୋଇଛି ଫସଲ । ଚାଷୀ କରିଥିବା ଫସଲ ସମ୍ପୂର୍ଣ ଭାବେ ନଷ୍ଟ ହୋଇ ଯାଇଛି । ଚାଷ ଜମିରେ ଲହଡି ମାରୁଛି ବନ୍ୟାଜଳ ।

ଯେଉଁଥିପାଇଁ ପରିବା ଦର ଆକାଶଛୁଆଁ ହୋଇଛି । ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ପରିବା ମାର୍କେଟର ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ୪୦ ଉପରକୁ ସମସ୍ତ ପରିବା ଦର । ମାର୍କେଟ ଖାଁ ଖାଁ ହୋଇ ପଡିଛି । ବନ୍ୟା ଯୋଗୁ ଉଚ୍ଚା ଦରରେ କିଣୁ ଥିବାରୁ ଉଚ୍ଚା ଦରରେ ବିକ୍ରି କରାଯାଉ ଥିବା ବ୍ୟବସାୟୀ କହିଛନ୍ତି । ସେପଟେ ପରିବା ଦର ଆକାଶଛୁଆଁ ଯୋଗୁ ଖାଉଟିଙ୍କ ଚିନ୍ତା ବଢ଼ିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.