Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୨ ଯୁବକ, ଜଣେ ଉଦ୍ଧାର, ଅନ୍ୟଜଣେ ନିଖୋଜ
  • ||
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଭେଣ୍ଡି, କାକୁଡି, କଲରା ଆଦି ପରିବା ଚାଷରେ କିଏ ଛିଞ୍ଚିଦେଲା ବିଷାକ୍ତ ଔଷଧ : ମରିଗଲା ସବୁ ଫଳନ୍ତି ଗଛ, ପୋଲିସ କରୁଛି ତଦନ୍ତ

24/07/2019 at 4:14 PM

ପାରାଦୀପ ୨୪|୭: ମୁଣ୍ଡ ଝାଳ ତୁଣ୍ଡେ ମାରି ବର୍ଷସାରା ପରିଶ୍ରମ କରି ଫସଲ ଅମଳ କରେ ଚାଷୀ । ହେଲେ ଚାଷୀର ଦୁଃଖ କହିଲେ ନସରେ । କେତେବେଳେ ଭଲ ବର୍ଷା ନହେବାରୁ ଫସଲ ନଷ୍ଟ ହୁଏ ତ କେତେବେଳେ ବନ୍ୟାଜଳ ମାଡି ଉଜୁଡିଯାଏ ସବୁ ଫସଲ । ପୁଣି କେତେବେଳେ ରୋଗପୋକ । କିନ୍ତୁ ଏବେ ଔଷଧ ପ୍ରୟୋଗ କରି ଫସଲ ନଷ୍ଟ କରାଯାଉଥିବା ଅଭିଯୋଗ ହୋଇଛି ।    

ଝାଉଁଳି ପଡିଛି ସବୁଜିମା ଭରା କ୍ଷେତ । ଶୁଖି ଯାଇଛି ଭେଣ୍ଡି, କଲରା, କାକୁଡି ଆଦି ଫଳ ସବୁ । ଆଖିରେ ଦେଖି ମଧ୍ୟ ବିଶ୍ବାସ କରିପାରୁ ନାହାନ୍ତି କେହି । ଏ ହେଉଛି କୁଜଙ୍ଗ ସାହାଡିଆ ଗାଁର ରମେଶ ଚନ୍ଦ୍ର ବେହେରାଙ୍କ ଚାଷଜମି । ପ୍ରତିବର୍ଷ ବିଭିନ୍ନ ପ୍ରକାରର ପନିପରିବା ଚାଷ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ଚଳିତ ଥର ମଧ୍ୟ ଏଇ ସବୁ ପନିପରିବା ଚାଷ କରି ବେଶ୍ ଦିପଇସା  ପାଇବେ ବୋଲି ଆଶା ରଖିଥିଲେ । ହେଲେ କେହି ଜଣେ ଦୁର୍ବୃତ୍ତ ତାଙ୍କ ଜମିରେ ବିଷାକ୍ତ ଔଷଧ ସିଞ୍ଚନ କରି ଫସଲ ନଷ୍ଟ କରିଦେଇଥିବା ଅଭିଯୋଗ କରିଛନ୍ତି । 

ଚଳିତ ବର୍ଷ ରମେଶ ଏକ ଏକର ଜମିରେ ଭେଣ୍ଡି, କଲରା, କାକୁଡି ଆଦି ଫସଲ କରିଥିଲେ । ହେଲେ ଏସବୁ ଏବେ ନଷ୍ଟ ହୋଇଯାଇଛି । ପନିପରିବା ଚାଷ କରି ପରିବାର ଚଳାଉଥିବା ବେଳେ ଏବେ କେମିତି କରିବେ ପରିବାରର ଭରଣ ପୋଷଣ । ସେଇ ଚିନ୍ତାରେ ପଡିଛନ୍ତି । ତେବେ କେବଳ ରମେଶ ନୁହନ୍ତି, ସ୍ଥାନୀୟଲୋକେ ମଧ୍ୟ ଦୋଷୀକୁ ଉଚିତ୍ ଦଣ୍ଡ ଦେବାକୁ ଦାବି କରିଛନ୍ତି ।  ଏପଟେ ଘଟଣାରେ କୁଜଙ୍ଗ ଥାନାରେ ଏତଲା ଦେବା ପରେ ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ଥାନା ଅଧିକାରୀ ।

ବିଷାକ୍ତ ଔଷଧ ପ୍ରୟୋଗ କରି ଏଭଳି ଫସଲ ନଷ୍ଟ କରିଥିବା ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ସାଧାରଣରେ । 

   Related Posts