ବଲାଙ୍ଗୀର ୦୧/୦୯: ଦିନ ତମାମ କାମ କରି ରାତିରେ ଖାଇକି ଟିକିଏ ଭଲରେ ନିଦରେ ଶୋଇବାକୁ ପସନ୍ଦ କରିଥାଏ ମଣିଷ । ହେଲେ ଏଠି ଓଲଟା ଏହି ନିୟମ । ରାତି ଅଧରୁ ଆରମ୍ଭ ହୋଇଥାଏ କାମ ଓ ଭୋର ୪ ଟା ପଯ୍ୟନ୍ତ ହୋଇଥାଏ ଶେଷ । ଏଭଳି ଏକ ବଜାର ବସୁଛି ବଲାଙ୍ଗୀର ଜିଲ୍ଲାରେ। ଯାହାକୁ ରାତି ପରିବା ବଜାର କୁହାଯାଉଛି।
ଜିଲ୍ଲା ସହ ଅନ୍ୟ ଜିଳ୍ଳାରୁ ଭଲ ପନିପରିବା ସିଧାସଳଖ ଚାଷୀଙ୍କ ଠାରୁ କିଣିବାକୁ ଆସିଥାନ୍ତି ବ୍ୟବସାୟୀ ଠାରୁ ଗ୍ରାହକ। ସମୟ ରାତି ୨ଟା । କିଏ ସାଇକିଲ ତ ଆଉ କିଏ ବାଇକ ଆଉ କିଏ ବଡ ଗାଡିରେ ଆଣିକି ରଖୁଛି ରାସ୍ତା କଡରେ ପନିପରିବା । ହେଲେ ଆପଣ ଦେଖିଲେ ଭାବିବେ କିଛି କାର୍ଯ୍ୟକ୍ରମ ଅଛି ଯେ ଏଭଳି ପରନିପରିବା ଅଣାଯାଉଛି । ହେଲେ ଏଠି ନିତିଦିନ ଏଭଳି ଦୃଶ୍ୟଦେଖିବାକୁ ମିଳିଥାଏ। ଏଠିବସିଥାଏ ରାତିରେ ବଜାର ।
wp:gallery {"linkTo":"none"} /wp:galleryବଲାଙ୍ଗୀର ସହର ଠାରୁ ୧୦ କିଲୋମିଟର ଦୁରରେ ଥିବା ଚନ୍ଦନଭାଟି ଗ୍ରାମର ଦୃଶ୍ୟ । ଗାଁର ମୂଖ୍ୟରାସ୍ତା କଡରେ ନିତିଦିନ ଏଭଳି ପନିପରିବା ନିଜେ ଚାଷୀ ଆଣି କରିଥାନ୍ତି ବିକ୍ରୀ । ଯେଉଁଥିରେ ବିଭିନ୍ନ ପ୍ରକାର ଶାଗ, ପୋଟଳ, ଝୁଣୁଙ୍ଗ, ମାଖନ, ବାଇଗଣ, ବନ୍ଧା କୋବି, ଫୁଲକୋବି , କାକୁଡି ଭଳି ବିଭିନ୍ନ ପନିପରିବା ଏଠି ମିଳିଥାଏ । ଚାଷୀ ନିଜ କ୍ଷେତରେ ଉର୍ପାଜିତ ପନିପରିବାକୁ ଏଠି ଆଣି ବିକ୍ରି କରିଥାଏ ।
wp:gallery {"linkTo":"none"}ଦୀର୍ଘ ୨୦ ବର୍ଷ ଧରି ଏହି ବଜାର ଏଠାରେ ରାତି ୨ ଟାରୁ ଆରମ୍ଭ ହୋଇ ଭୋର ୪ ଟା ପଯ୍ୟନ୍ତ ଚାଲିଥାଏ ବଜାର । ସରହରର ବ୍ୟବସାୟୀ ଠୁ ଗାଁର ଓ ଅନ୍ୟ ଜିଳ୍ଲାରୁ ବ୍ୟବସାୟୀ ଆସି ନେଇଥାନ୍ତି ଏଠାରୁ ପନିପରିବା । ତେବେ ସିଧାସଳଖ ନିଜ ଉପାର୍ଜିତ ପନିପରିବା କୁ ବିକ୍ରୀ କରିବେଶ ଦୁଇ ପଇସା ଲାଭ ପାଇଥାନ୍ତି ବ୍ୟବସାୟୀ ।