scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ୟଙ୍ଗ୍ ଦେଖାଯିବାକୁ କରୁଥିଲେ ଡାଏଟ୍, ପ୍ରଥମେ ହୋଇଗଲେ କଙ୍କାଳ, ପରେ ଚାଲିଗଲା ଜୀବନ

3/08/2023 at 8:42 AM

ନୂଆଦିଲ୍ଲୀ ୦୩।୦୮: ଆଜିକାଲି ସମସ୍ତଙ୍କୁ ଘାରିଛି ଡାଏଟ୍‌ ନିଶା । ପତଳା ହେବା ପାଇଁ କିଏ ଖାଇବା ଛାଡୁଛନ୍ତି ତ ଆଉ କିଏ ମାତିଛନ୍ତି ଏକ୍ସସରସାଇଜ୍‌ରେ । ଡାଏଟ୍‌ ଯୋଗୁଁ ଏମିତି ଅନେକଙ୍କ ଚାଲିଯାଇଛି ଜୀବନ । ଏବେ ସେହିଭଳି ଏକ ଖବର ସାମ୍ନାକୁ ଆସିଛି । ଡାଏଟ୍ ଯୋଗୁଁ ଜଣେ ଫୁଡ୍ ବ୍ଲଗର୍‌ଙ୍କ ଚାଲିଯାଇଛି ଜୀବନ । ଏହି ମହିଳା ଜଣକ ହେଉଛନ୍ତି ଋଷର ।

ଏହି ମହିଳା ଅନେକ ସମୟରେ ସୋଶିଆଲ୍ ମିଡିଆରେ କଞ୍ଚା ଖାଦ୍ୟ ଖାଇବାର ପ୍ରମୋସନ୍ କରିଥାନ୍ତି । ଏବେ ତାଙ୍କର ମୃତ୍ୟୁ ହୋଇଯାଇଛି । ରିପୋର୍ଟ ଅନୁଯାୟୀ ଯୁବତୀଙ୍କର ନାଁ ହେଉଛି ଜନ୍ନା ସମସୋନୋଭା। ତାଙ୍କ ବୟସ ୩୯ । ଡି ଆର୍ଟ ଭାବେ ପରିଚିତ ଜତ୍ରାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିବା ଖବର ରହିଛି ।

ଡେଲିମେଲ୍‌ର ରିପୋର୍ଟ ଅନୁଯାୟୀ ବିଦେଶୀ ଫଳର ଡାଇଟ୍‌ ଯୋଗୁଁ ଅନାହାର ଏବଂ ଥକାପଣ ଯୋଗୁଁ ତାଙ୍କର ମୃତ୍ଯୁ ହୋଇଛି । ଜନ୍ନା କିଛି ମାସ ପୂର୍ବରୁ ଶ୍ରୀଲଙ୍କାରେ ଥିଲେ । ତାଙ୍କ ପାଦ ଫୁଲିଯିବା ସହ ସେଥିରୁ ପାଣି ବାହାରୁଥିଲା । ଏହାକୁ ନେଇ ତାଙ୍କ ବନ୍ଧୁ ଚିକିତ୍ସା ପାଇଁ ହସ୍ପିଟାଲ୍ ନେଇଥିଲେ । କିନ୍ତୁ ସେ ଚିକିତ୍ସା ପାଇଁ ମନା କରିଦେଇଥିଲେ ।

ଜନ୍ନା କଞ୍ଚା ଭେଜିଟେରିୟନ ଫ୍ରୁଟ୍ସ ଖାଉଥିଲେ । ସେ ବିଗତ ୧୦ ବର୍ଷରୁ ଡାଏଟ୍ ଫଲୋ କରୁଥିଲେ । ପ୍ରଥମ ପ୍ରଥମରୁ ସେ କେତେବେଳେ କେମିତି ମାଛ ଏବଂ ଖୀର ଜାତୀୟ ଖାଦ୍ୟ ଖାଇ ଦେଉଥିଲେ । କିନ୍ତୁ ପରେ ଏହା ବନ୍ଦ କରିଦେଇଥିଲେ । ଜନ୍ନାଙ୍କ ବନ୍ଧୁଙ୍କ ଦାବି  ଅନୁଯାୟୀ, ସେ ଅନେକ ବର୍ଷରୁ ଡାଏଟ୍‌ରେ କେବଳ, ସୂର୍ଯ୍ୟମୁଖୀ ମଞ୍ଜିର ଅଙ୍କୁର , ଫଳର ସ୍ମୁଦି, ଏବଂ ପଣସ ହିଁ ଖାଉଥିଲେ । ତାଙ୍କ ବନ୍ଧୁଙ୍କ କହିବା କଥା ହେଉଛି ସେ ବିଗତ ସାତ ବର୍ଷରୁ କଣ୍ଟାଜାତୀୟ ଖାଦ୍ୟ ଖାଉଛନ୍ତି ।

ଖବର ଅନୁଯାୟୀ କଞ୍ଚା ଖାଦ୍ୟ ଖାଇବାର ମୋଟିଭେସନ୍ ତାଙ୍କୁ ତାଙ୍କ ସାଙ୍ଗଠାରୁ ମିଳିଥିଲା । ଯିଏକି ନିଜ ବୟସଠାରୁ କମ୍ ଦେଖାଯାଉଥିଲେ । ସେ ତାଙ୍କର ଏକ ଭିଡିଓ କହିଥିଲେ କି ସେ ଡାଏଟ୍‌ରେ ପ୍ରତିଦିନ ନିଜ ଶରୀର ଏବଂ ମସ୍ତିଷ୍କ ବଦଳୁଥିବା ଜାଣିବାକୁ ପାଉଥିଲେ । ହେଲଥ୍‌ଲାଇନ୍ ଅନୁଯାୟୀ, କଞ୍ଚା ଫ୍ରୁଟ୍ସ ରେ ଅନେକ ଫାଇଦା ହୋଇଥାଏ । ଏହା ଓଜନ ହ୍ରାସ, ହାର୍ଟ ସୁସ୍ଥ ରହିବା ଏବଂ ଡାଇବେଟିସ୍‌ର ଆଶଙ୍କା କମ୍ ହୋଇଥାଏ ।

ଏହାବ୍ୟତୀତ କଞ୍ଚା ଫଳ ଖାଇବା ମଧ୍ୟ କ୍ଷତିକାରକ । ଯେଉଁଥିରେ ଭିଟାମିନ୍ ଡି ର କମ୍‌, ଭିଟାମିନ୍ ବି୧୨ର କମ୍‌ କାରଣରୁ ଏନିମିୟା, ନର୍ଭସ ସିଷ୍ଟମ ଡ୍ୟାମେଜ ଏବଂ ହାର୍ଟରେ ଅସୁବିଧା ହୋଇପାରେ । ଜନ୍ନାଙ୍କ ବନ୍ଧୁଙ୍କ କହିବା କଥା ଯେ ତାଙ୍କର କଞ୍ଚା ଖାଦ୍ୟ ଖାଇବାରୁ ହିଁ ତାଙ୍କ ମୃତ୍ୟୁର କାରଣ ହୋଇଛି । ତାଙ୍କ ମାନିବା ହେଉଛି ଜତ୍ରା ଖାଇଥିବା ଖାଦ୍ୟରେ ଥିବା କେମିକାଲ୍ କାରଣରୁ ହିଁ ତାଙ୍କର ମୃତ୍ୟୁ ହୋଇଛି ।  

You Can Read:

   Related Posts