କମିଲା ଆମିଷ ଓ ନିରାମିଷ ଥାଳିର ଦାମ: ପନିପରିବା, ଗ୍ୟାସ ଆଦି କମିବାରୁ ଶସ୍ତା ହେଲା ଖାଦ୍ୟ ଥାଳି

Published By : Prameya-News7 Bureau | September 06, 2024 IST

internet

ନୂଆଦିଲ୍ଲୀ: କମିଲା ନିରାମିଷ ଥାଳିର ଦାମ। ଅଗଷ୍ଟ ମାସରେ ନିରାମିଷ ଥାଳି ୮% ହ୍ରାସ ପାଇ (ବର୍ଷ ଆଧାରରେ) ୩୧.୨ ଟଙ୍କା ହୋଇଛି। ଗତ ବର୍ଷ ଅଗଷ୍ଟ ୨୦୨୩ରେ ନିରାମିଷ ଥାଳିର ଦାମ ୩୪ ଟଙ୍କା ଥିଲା। ଶୁକ୍ରବାର (ସେପ୍ଟେମ୍ବର ୬) କ୍ରିସିଲ(CRISIL) ଖାଦ୍ୟ ଥାଳିର ମାସିକ ସୂଚକାଙ୍କ ରିପୋର୍ଟରେ ଏହି ସୂଚନା ଜାରି କରିଛି। 

କ୍ରିସିଲ ରିପୋର୍ଟ ଅନୁସାରେ, ଜୁଲାଇ ତୁଳନାରେ ଅଗଷ୍ଟ ମାସରେ ନିରାମିଷ ଥାଳିର ଦାମ ୪% ହ୍ରାସ ପାଇଛି। କାରଣ ଜୁଲାଇରେ ନିରାମିଷ ଥାଳିର ମୂଲ୍ୟ ୩୨.୬ ଟଙ୍କା ଥିଲା। 

ତେବେ ବାର୍ଷିକ ଆଧାରରେ ଆମିଷ ଥାଳି ୧୨% ଶସ୍ତା ହୋଇଛି। ଅଗଷ୍ଟ ମାସରେ ୧୨% ଶସ୍ତା ହୋଇ ୫୯.୩ ଟଙ୍କା ହୋଇଛି। ଗତ ବର୍ଷ ଅଗଷ୍ଟ ୨୦୨୩ରେ ଆମିଷ ଥାଳି ଦାମ ୬୭.୫ ଟଙ୍କା ଥିଲା। ସେହିପରି ମାସିକ ଆଧାରରେ ଅର୍ଥାତ୍ ଜୁଲାଇ ତୁଳନାରେ ଅଗଷ୍ଟରେ ଆମିଷ ଥାଳି ମୂଲ୍ୟ ୩% ହ୍ରାସ ପାଇଛି। ଜୁଲାଇରେ ଏହାର ମୂଲ୍ୟ ୬୧.୪ ଟଙ୍କା ଥିଲା। 

CRISIL ରିପୋର୍ଟ ଅନୁଯାୟୀ ବାର୍ଷିକ ଆଧାରରେ ଟମାଟୋ (୫୧%), ଏଲପିଜି ସିଲିଣ୍ଡର (୨୭%), ଭେଜିଟେବଲ ଅଏଲ (୬%), ଲଙ୍କା (୩୦%) ଏବଂ ଜିରା (୫୮%) ମୂଲ୍ୟରେ ହ୍ରାସ ଯୋଗୁ ନିରାମିଷ ଥାଳି ଦାମ କମିଛି। ମାସିକ ଆଧାରରେ ଟମାଟୋ ଦାମରେ ୨୩ ପ୍ରତିଶତ ହ୍ରାସ ପାଇଛି। ଏଥିସହିତ ଚିକେନ ମୂଲ୍ୟ ୧୩% ହ୍ରାସ ପାଇବାରୁ ଆମିଷ ଥାଳି ଦାମ କମିଛି।

ଏମିତି ହିସାବ କରାଯାଏ ଥାଳିର ଆଭେରଜ୍‌ କଷ୍ଟ

କ୍ରିସିଲ ଉତ୍ତର, ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମ ଭାରତରେ ବର୍ତ୍ତମାନର ଖାଦ୍ୟ ମୂଲ୍ୟକୁ ଆଧାର କରି ଘରେ ଖାଇବା ଥାଳି ପ୍ରସ୍ତୁତ କରିବାର ହାରାହାରି ମୂଲ୍ୟ ହିସାବ କରିଥାଏ। କାରଣ ମାସିକ ଆର୍ଥିକ ପରିବର୍ତ୍ତନ ସାଧାରଣ ଲୋକଙ୍କ ଖର୍ଚ୍ଚକୁ ପ୍ରଭାବିତ କରେ। ତେଣୁ ମାସ ଆଧାରରେ ରିପୋର୍ଟ ପ୍ରସ୍ତୁତ କରାଯାଏ।   କ୍ରିସିଲ ରିପୋର୍ଟରେ ଖାଇବା ଥାଳି ମୂଲ୍ୟ କମ ବେଶି କରିବାରେ ସହଯୋଗ କରୁଥିବା ଖାଦ୍ୟ ଶସ୍ୟ, ଡାଲି, ଚିକେନ୍, ପନିପରିବା, ମସଲା, ଖାଇବା ତେଲ ଏବଂ ରନ୍ଧନ ଗ୍ୟାସ୍ ଆଦିକୁ ହିସାବ କରିଥାଏ।  

ଭେଜ୍ ଥାଳିରେ ରୋଟି, ପନିପରିବା (ପିଆଜ, ଟମାଟୋ ଏବଂ ଆଳୁ), ଚାଉଳ, ଡାଲି, ଦହି ଏବଂ ସାଲାଡ୍ ଥାଏ। ସେହିଭଳି ଆମିଷ ଥାଳିରେ ଡାଳି ବଦଳରେ ଚିକେନକୁ ସାମିଲ କରାଯାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.