ସ୍ବାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଜୟନ୍ତୀ, ଜନ୍ମସ୍ଥାନ ଖିଣ୍ଡାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
23/01/2023 at 8:28 AM

ସମ୍ବଲପୁର ୨୩।୦୧ : ସୋମବାର ହେଉଛି ସ୍ବାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଜୟନ୍ତୀ । ରାଜ୍ୟର ବିଭିନ୍ନ ସ୍ଥାନରେ ବୀରସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି ।
ଖବର ଅନୁଯାୟୀ, ୨୩ ଜାନୁଆରୀ ୧୮୦୯ ମସିହାରେ ବୀର ସୁରେନ୍ଦ୍ର ସାଏ ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମର ଜନ୍ମ ଗ୍ରହଣ କରିଥିଲେ ।ଇଂରେଜ ବିରୁଦ୍ଧରେ ସଂଗ୍ରାମ କରିବାରୁ ୧୮୪୦ ମସିହାରେ ତାଙ୍କୁ ବନ୍ଦୀ କରାଯାଇ ଆଜୀବନ କାରଦଣ୍ଡ ଦିଆଯାଇଥିଲା । ତେବେ ତାଙ୍କର ସ୍ମୃତିରେ ଆଜି ତାଙ୍କ ଜନ୍ମ ସ୍ଥାନ ଖିଣ୍ଡାରେ ଜନ୍ମଜୟନ୍ତୀ ପାଳନ କରାଯାଉଛି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଖିଣ୍ଡାଠାରେ ପଦଯାତ୍ରା କରିବା ସହ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଜୟନ୍ତୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ବିଭିନ୍ନ ସଂଗଠନ ପକ୍ଷରୁ ଆଜି ବୀରସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ବତନ୍ତ୍ର କାର୍ଯ୍ଯକ୍ରମ କରାଯାଉଛି ।