Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରଣଦୀପ ହୁଡ୍ଡାଙ୍କ ଜବରଦସ୍ତ ଟ୍ରାନ୍ସଫରମେସନ୍‌, ୪ ମାସରେ କମାଇଲେ ୨୬ କିଲୋ ଓଜନ

29/05/2023 at 1:51 PM

ମୁମ୍ଵାଇ ୨୯।୦୫: ବଲିଉଡ ଅଭିନେତା ରଣଦୀପ ହୁଡା। ଖୁବ୍ ଶୀଘ୍ର ଫିଲ୍ମ ‘ସ୍ଵତନ୍ତ୍ର ବୀର ସାବରକର’ର ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ର ପାଇଁ ରଣଦୀପ ହୁଡା ବହୁତ ପରିଶ୍ରମ କରିଛନ୍ତି। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମର ଟିଜରକୁ ଦେଖିଥିବେ। ବୀର ସାବରକର ବାୟୋପିକରେ ରଣଦୀପ ହୁଡାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର। ଏହି ଚଳଚ୍ଚିତ୍ର ପାଇଁ ସେ ମାତ୍ର ୪ ମାସ ମଧ୍ୟରେ ୨୬ କିଲୋଗ୍ରାମର ଓଜନ ହ୍ରାସ କରିଛନ୍ତି।

ଆସନ୍ତୁ ଆପଣଙ୍କୁ କହିବା ଯେ ଏହି ବାୟୋପିକ୍ ପାଇଁ ରଣଦୀପ ହୁଡା ୨୬ କିଲୋଗ୍ରାମର ଓଜନ ହ୍ରାସ କରିଛନ୍ତି। ଫିଲ୍ମର ନିର୍ମାତା ଆନନ୍ଦ ପଣ୍ଡିତ କହିଛନ୍ତି ଯେ ରଣଦୀପ ତାଙ୍କ ଭୂମିକା ପାଇଁ କଠିନ ପରିଶ୍ରମ କରିଛନ୍ତ। ପୁରା ୪ ମାସରେ ଦିନକୁ ମାତ୍ର ଗୋଟିଏ ଖଜରା ଏବଂ ୧ ଗ୍ଲାସ କ୍ଷୀର ପିଇ ଓଜନ ହ୍ରାସ କରିଛନ୍ତି। ଯେତେବେଳେ ରଣଦୀପ ଏହି ଚଳଚ୍ଚିତ୍ରରେ ସାଇନ୍‌ କରିଥିଲେ, ସେତେବେଳେ ତାଙ୍କର ଓଜନ ୮୬ କିଲୋଗ୍ରାମ ଥିଲା ।

ଏହି ଚଳଚ୍ଚିତ୍ରରେ ଭୀର ସାବରକର ଭୂମିକାରେ ଅଭିନୟ କରୁଥିବା ରଣଦୀପ ମଧ୍ୟ କ୍ଲିନ୍‌ ସେବ୍‌ କରିଛନ୍ତି। ଚଳଚ୍ଚିତ୍ର ପାଇଁ ରଣଦୀପ ଅନେକ ରିସର୍ଚ କରିଥିଲେ। ସେ ନିଜେ ଭୀର ସାବରକରଙ୍କ ନାତିଙ୍କୁ ଭେଟି ତାଙ୍କ ବିଷୟରେ ସୂଚନା ହସଲ କଲେ। ଟିଜରରେ ରଣଦୀପଙ୍କ ସ୍ୱର ଏବଂ ଅଭିନୟ ବହୁତ ଦମ୍‌ଦାର ଦେଖିବାକୁ ମିଳିଛି। କହିବାକୁ ଗଲେ ରଣଦୀପ ଏହି ଚଳଚ୍ଚିତ୍ର ସହିତ ତାଙ୍କର ନିର୍ଦ୍ଦେଶକ ଡେବ୍ୟୁ କରୁଛନ୍ତି। ଏହା ପୂର୍ବରୁ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ମହେଶ ମଞ୍ଜରେକରଙ୍କୁ ଦିଆଯାଉଥିଲା, କିନ୍ତୁ ତାଙ୍କର ଡେଟ୍‌ ନ ପାଇବା ପରେ ଫିଲ୍ମର ନିର୍ମାତା ଆନନ୍ଦ ପଣ୍ଡିତ ରଣଦୀପଙ୍କୁ ନିର୍ଦ୍ଦେଶନା ଦେବାକୁ କହିଥିଲେ।

You Can Read:

   Related Posts