କରୋନା ମୁକାବିଲା ପାଇଁ ହ୍ୱାଇଟ୍ ହାଉସରେ ହିନ୍ଦୁ ରୀତିନୀତି ଅନୁସାରେ ଶାନ୍ତି ପାଠ କରାଇଲେ ଟ୍ରମ୍ପ୍

Published By : Prameya-News7 Bureau | May 08, 2020 IST

ୱାସିଂଟନ ୦୮/୦୫ : ରାଷ୍ଟ୍ରୀୟ ପ୍ରାର୍ଥନା ଦିବସ ଅବସରରେ ଆମେରିକାରେ ହ୍ୱାଇଟ ହାଉସର ରୋଜ ଗାର୍ଡେନରେ ଜଣେ ହିନ୍ଦୁ ପୂଜାରୀ ପବିତ୍ର ବୈଦିକ ଶାନ୍ତି ପାଠ କରାଇଛନ୍ତି | ସୂଚନା ଅନୁଯାୟୀ, ଶାନ୍ତି ପାଠ ପାଇଁ ନିଜେ ରାଷ୍ଟ୍ରପତି ଟ୍ରମ୍ପ ନିର୍ଦେଶ ଦେଇଥିଲେ | ବିଶ୍ୱ ମହାମାରୀ କରୋନାରେ ପ୍ରଭାବିତ ସମସ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ କୁଶଳତା ପାଇଁ ଏହି ଶାନ୍ତି ପାଠ କରାଯାଇଛି | ଏହି ଶାନ୍ତି ପାଠ ସମ୍ପୂର୍ଣ ହିନ୍ଦୁ ରୀତିନୀତି ସହ ସମ୍ପନ୍ନ କରାଯାଇଛି | ଶାନ୍ତି ପାଠ ସମୟରେ ଟ୍ରମ୍ପ ମଧ୍ୟ ଉପସ୍ଥିତ ଥିଲେ |

{"id":266554,"width":579,"height":384,"sizeSlug":"large"}

ଶାନ୍ତି ପାଠ ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ନିଜେ ନ୍ୟୁ ଜର୍ସିର ବିଏପିଏସ ସ୍ୱାମୀ ଅରାୟଣ ମନ୍ଦିରର ପୂଜାରୀ ହରିଶ ବ୍ରହ୍ମଭଟ୍ଟଙ୍କୁ ନିମନ୍ତ୍ରଣ ପଠାଇଥିଲେ | ପ୍ରାର୍ଥନା କରିବା ପାଇଁ ହରିଶ ବ୍ରହ୍ମଭଟ୍ଟଙ୍କ ସହିତ ଅନ୍ୟ ଧର୍ମର ନେତା ମଧ୍ୟ ଉପସ୍ଥିତ ଥିଲେ | ବ୍ରହ୍ମଭଟ୍ଟ ରୋଜ ଗାର୍ଡେନ ମଞ୍ଚରେ ଛିଡା ହୋଇ କହିଥିଲେ, କୋଭିଡ-୧୯, ସାମାଜିକ ଦୂରତା ଏବଂ ଲକଡାଉନ ଭଳି ସଙ୍କଟ ପରିସ୍ଥିତିରେ ଲୋକଙ୍କୁ ଅଶାନ୍ତି ଅନୁଭୂତ ହେବା ସାଧାରଣ କଥା | ଶାନ୍ତି ପାଠ ଏହିଭଳି ଏକ ପ୍ରାର୍ଥନା ଯେଉଁଥିରେ ସାରା ଦୁନିଆର ସଫଳତା, ସୌର୍ଯ୍ୟ, କିମ୍ବା କାହାର ନାଁରେ ହୋଇନଥାଏ କିମ୍ବା ସ୍ୱର୍ଗ ପ୍ରାପ୍ତି ପାଇଁ କରାଯାଇନଥାଏ | ସଂସ୍କୃତରେ ପ୍ରାର୍ଥନା ଆରମ୍ଭ କରିବା ପୂର୍ବରୁ ସେ ହିନ୍ଦୁ ପ୍ରାର୍ଥନା କରିଥିଲେ | ଏହା ଜଦୂର୍ବେଦରୁ ଗୃହୀତ ହୋଇଥିବା ବୈଦିକ ପ୍ରାର୍ଥନା ବୋଲି ଭ୍ରହ୍ମଭଟ୍ଟ କହିଥିଲେ | 

{"id":266555,"sizeSlug":"large"}

ରୋଜ ଗାର୍ଡେନରେ ଶାନ୍ତି ପାଠ ସମୟରେ ସଂସ୍କୃତରେ ଶ୍ଳୋକ ପଢିଥିଲେ ଏବଂ ଏହାପରେ ପ୍ରାର୍ଥନାକୁ ଇଂରାଜୀରେ ଅନୁବାଦ କରିଥିଲେ | ଏହି ପ୍ରାର୍ଥନା ସ୍ୱର୍ଗରେ ଶାନ୍ତିର ବାର୍ତ୍ତା ଦେଇଥାଏ ବୋଲି ସେ କହିଛନ୍ତି | ପୃଥିବୀ ଓ ଆକାଶରେ, ଜଳରେ, ବୃକ୍ଷରେ, ଫସଲରେ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ପ୍ରାର୍ଥନା କରିଥିଲେ | ଈଶ୍ୱର ସମସ୍ତଙ୍କୁ ଶାନ୍ତି ପ୍ରଦାନ କରନ୍ତୁ ବୋଲି ସେ ପ୍ରାର୍ଥନାରେ କହିଥିଲେ |

{"id":266556,"sizeSlug":"large"}

ପ୍ରାର୍ଥନା ସଭା ପରେ ଟ୍ରମ୍ପ ବ୍ରହ୍ମଭଟ୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ | ରାଷ୍ଟ୍ରପତି କହିଥିଲେ, ରାଷ୍ଟ୍ରୀୟ ପ୍ରାର୍ଥନା ଦିବସ ଅବସରରେ ଆମେରିକା ଭୟଙ୍କର ରୋଗ ବିରୋଧରେ ଯୁଦ୍ଧ କରୁଛି | ସେ କହିଥିଲେ, 'ଇତିହାସ ସାକ୍ଷୀ ଅଛି ସବୁ ପ୍ରକାର ସଙ୍କଟ ସମୟରେ ଆମେରିକୀୟ ଧର୍ମ, ଆସ୍ଥା, ପ୍ରାର୍ଥନା ଏବଂ ଈଶ୍ୱରୀୟ ଶକ୍ତି ଉପରେ ବିଶ୍ୱାସ କରିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.