ଭେଦାନ୍ତୁରେ ଛଟେଇ ପ୍ରକ୍ରିୟା ଜାରି: ଚତୁର୍ଥ ପର୍ଯ୍ୟାୟରେ ୩୦୦ ରୁ ଅଧିକ କର୍ମଚାରୀ ବିଦା, ଗଲାଣି ୧୧୦୦ ଚାକିରି
8/12/2022 at 4:42 PM

ନୂଆଦିଲ୍ଲୀ, ୮/୧୨: ଅନଲାଇନ୍ ଏଡ୍ଟେକ୍ ପ୍ଲାଟଫର୍ମ ଭେଦାନ୍ତୁ ପୁଣି ଥରେ କର୍ମଚାରୀଙ୍କ ଛଟେଇ କରିଛି। ଚଳିତ ବର୍ଷରେ ଚତୁର୍ଥ ପର୍ଯ୍ୟାୟରେ କମ୍ପାନୀ ୩୮୫ ଜଣ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ସେଲ୍ସ, ଏଚଆର ଏବଂ କଣ୍ଟେଣ୍ଟ ଟିମ୍ରେ ଏହି ଛଟେଇ ହୋଇଛି। ଖର୍ଚ୍ଚ କମ୍ କରିବା ତଥା ଫଣ୍ଡିଂରେ ହ୍ରାସକୁ ଦେଖି ଏହି ପଦକ୍ଷେପ ନିଆଯାଉଛି।
ଏହା ସହ କମ୍ପାନୀରୁ ସମୁଦାୟ ୧୧୦୦ କର୍ମଚାରୀଙ୍କ ଛଟେଇ କରିଛି। ଅଗଷ୍ଟରେ କମ୍ପାନୀ ୧୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା। ଏହାପୂର୍ବରୁ ମେ ମାସରେ ୬୨୪ କର୍ମଚାରୀଙ୍କୁ ଛଟେଇ କରିଥିଲା କମ୍ପାନୀ।
ସୂଚନାଯୋଗ୍ୟ, ଭାରତରେ ଏପର୍ଯ୍ୟନ୍ତ ଏଡ୍ଟେକ୍ କମ୍ପାନୀ ଯେମିତିକି ବାଇଜୁସ୍, ଅନଏକାଡେମୀ ଏବଂ ଭେଦାନ୍ତୁ ତଥା ଅନ୍ୟାନ୍ୟ ୪୪ ଷ୍ଟାର୍ଟଅପ୍ କମ୍ପାନୀ ମାନଙ୍କରୁ ପ୍ରାୟ ୧୬ ହଜାର କର୍ମଚାରୀଙ୍କ ଛଟେଇ ହେଲାଣି।
Related Posts
ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-୧
27 January 2023