ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ପ୍ରତି ସେୟାର ଉପରେ ୧୨୫୦% ଡିଭିଡେଣ୍ଡ, ଆର୍ଥିକ ବର୍ଷର ଚତୁର୍ଥ ଡିଭିଡେଣ୍ଡ ଘୋଷଣା କଲା ବେଦାନ୍ତ

27/01/2023 at 10:12 PM

ନୂଆଦିଲ୍ଲୀ: ବେଦାନ୍ତ ମିଲିଟେଡ୍ ନିଜର ସେୟାର ଧାରକଙ୍କ ପାଇଁ ବଡ଼ ଘୋଷଣା କରିଛି । ବିଦାନ୍ତ ମିଲିଟେଡର ବୋର୍ଡ ଅଫ ଡାଇରେକ୍ଟର୍ସ ପ୍ରତି ସେୟାର ଉପରେ ୧୨୫୦ ପ୍ରତିଶତ (ପ୍ରତି ସେୟାର ଉପରେ ୧୨.୫୦ ଟଙ୍କା)ର ଅନ୍ତରିଣ ଡିଭିଡେଣ୍ଡ ଘୋଷଣା କରିଛି । ଏହା ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ କମ୍ପାନିର ଚତୁର୍ଥ ଅନ୍ତରିଣ ଡିଭିଡେଣ୍ଡ ଅଟେ । ବେଦାନ୍ତ ଅନ୍ତରିଣ ଡିଭିଡେଣ୍ଡର ରେକର୍ଡ ତାରିଖ ଫେବ୍ରୁଆରୀ ୪ ଧାର୍ଯ୍ୟ କରିଛି । କମ୍ପାନିର ସେୟାର ଶୁକ୍ରବାର ୩୧୯.୮୫ ଟଙ୍କାରେ ବନ୍ଦ ହୋଇଥିଲା ।

ବେଦାନ୍ତ ଲିମିଟେଡକୁ ଚଳିତ ଆର୍ଥିକ ବର୍ଷ ୨୦୨୨ ଡିସେମ୍ୱର ତ୍ରୈମାସରେ ୩୦୯୨ କୋଟି ଟଙ୍କାର ନେଟ୍ ପ୍ରଫିଟ୍ ହୋଇଛି । ବାର୍ଷିକ ଆଧାରରେ ବେଦାନ୍ତର ଶୁଦ୍ଧ ଲାଭରେ ୪୨ ପ୍ରତିଶତ କମ ରହିଛି । ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ବେଦାନ୍ତକୁ ମୋଟ ୫,୩୫୪ କୋଟି ଟଙ୍କାର ଶୁଦ୍ଧ ଲାଭ ହୋଇଥିଲା । ୨୦୨୨ ଡିସେମ୍ୱର ତ୍ରୈମାସରେ କମ୍ପାନିର ଅପରେଟିଂ ଆୟ ୩୩,୬୯୧ କୋଟି ଟଙ୍କା ରହିଥିଲା ।

ଅକ୍ଟୋବର-ଡିସେମ୍ୱର ୨୦୨୨ ତ୍ରୈମାସରେ ବେଦାନ୍ତର ଇବିଟା ୭୧୦୦ କୋଟି ଟଙ୍କା ରହିଥିଲା । କମ୍ପାନିର ଇବିଟା ମାର୍ଜିନ ୨୪ ପ୍ରତିଶତ ରହିଛି । ବେଦାନ୍ତ ଲିମିଟେଡ୍ ଏହା ପୂର୍ବରୁ ଚଳିତ ଆର୍ଥିକ ବର୍ଷରେ ୩ ଥର ଅନ୍ତରିଣ ଡିଭିଡେଣ୍ଟ ଦେଇସାରିଛି ।

   Related Posts