ଜାମକାନି କୋଇଲା ପ୍ରକଳ୍ପକୁ ବିରୋଧ, ଉପଯୁକ୍ତ କ୍ଷତିପୂରଣ ଦାବି ନେଇ ବିସ୍ଥାପିତଙ୍କ ଆନ୍ଦୋଳନ

Published By : Prameya-News7 Bureau | November 07, 2022 IST

ସୁନ୍ଦରଗଡ଼ ୦୭/୧୧: ହେମଗିରି ବ୍ଲକ ଜାମକାନି କୋଇଲା ପ୍ରକଳ୍ପରେ କୋଇଲା ଖୋଳା କାମକୁ ସୋମବାର ପୁଣି ବିସ୍ଥାପିତ ବିରୋଧ କରିଛନ୍ତି। ସେମାନେ ଲଗାତାର ୩ ଦିନ ହେଲା ଏହି ପ୍ରକଳ୍ପ କାର୍ଯ୍ୟକୁ ବିରୋଧ କରୁଛନ୍ତି। ଏହି କାମ ବନ୍ଦ କରିବାକୁ ଦାବି ହୋଇଥିବା ବେଳେ ବିସ୍ଥାପିତ ଓ ପୋଲିସ ଧସ୍ତାଧସ୍ତି ହେଇଥିବା ଦେଖିବାକୁ ମିଳିଛି। ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି।

ବିସ୍ଥାପିତଙ୍କ ଦାବିକୁ ସମର୍ଥନ କରି ଘଟଣାସ୍ଥଳରେ ସଦର ବିଧାୟିକା କୁଶୁମ ଟେଟେ ମଧ୍ୟ ଉପସ୍ଥି ଥିବା ଦେଖାଯାଇଛି। ବେଦାନ୍ତ କମ୍ପାନୀର ଜାମକାନି କୋଇଲା ପ୍ରକଳ୍ପ ପାଇଁ ଏପରି ପରିସ୍ଥିତି ଉପୁଜିଛି। ଉପଯୁକ୍ତ କ୍ଷତିପୂରଣ ଦାବି ନେଇ ବିସ୍ଥାପିତମାନେ ଆନ୍ଦୋଳନ କରୁଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ, ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.