Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁଣି ଲେଉଟିପାରେ ‘ବାୟୁ’ : ୪୮ ଘଣ୍ଟା ଭିତରେ ୟୁ-ଟର୍ଣ୍ଣ ନେବା ସମ୍ଭାବନା

15/06/2019 at 9:04 AM

ଅହମ୍ମଦାବାଦ ୧୫|୬:  ବିପଦ ଟଳିନି, ପୁଣି ଲେଉଟି ପାରେ ଭେରି ସିଅର ସାଇକ୍ଲୋନ୍ ‘ବାୟୁ’ । ଭୀଷଣ ଚକ୍ରବାତ ରୂପ ନେଇଥିବା ‘ବାୟୁ’ ଆରବସାଗରରେ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ୪୮ ଘଣ୍ଟା ଭିତରେ ଦିଗ ବଦଳାଇ ଏହା ଉତ୍ତର-ପୂର୍ବ ଦିଗରେ ଗତି କରିବା ସମ୍ଭାବନା ରହିଛି । ଫଳରେ ଆସନ୍ତା ୧୭ ତାରିଖ ବେଳକୁ ଏହା ଗୁଜରାଟର କଚ୍ଛ ଉପକୂଳ ଛୁଇଁପାରେ । ଏହା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ।

ତେଣୁ ଉପକୂଳ ଛୁଇଁବା ବେଳକୁ ଭୀଷଣ ଅବପାତ ରୂପ ନେଇପାରେ ‘ବାୟୁ’ । ଏହାର ପ୍ରଭାବରେ ପୋରବନ୍ଦର, ଦ୍ବାରକାରେ ଘଣ୍ଟାପ୍ରତି ୭୦ କିଲୋମିଟର, ସୋମନାଥ, ଜୁନାଗଡରେ ଘଣ୍ଟାପ୍ରତି ୫୦ କିଲୋମିଟର ବେଗରେ ପବନ ବହିପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

   Related Posts