ଘରର ମୁଖ୍ୟଦ୍ଵାର ଜୀବନ ଉପରେ ପକାଇଥାଏ ପ୍ରଭାବ, କ'ଣ କେମିତି...

Published By : Prameya-News7 Bureau | July 09, 2020 IST

ଭୁବନେଶ୍ୱର ୦୯/୦୭ : ବାସ୍ତୁଶାସ୍ତ୍ରରେ ଘର ପାଇଁ କିଛି ନିୟମ ରହିଛି | ଏହି ନିୟମ ଅନୁସାରେ ଘର ତିଆରି କଲେ ଜୀବନରେ ସୁଖଶାନ୍ତି ବଜାୟ ରହେ ବୋଲି ବିଶ୍ୱାସ ରହିଛି | ଘରର କୌଣସି ବାସ୍ତୁ ଦୋଷ ଥିଲେ ଜୀବନରେ ଏବଂ ପରିବାରରେ ନାନା ସମସ୍ୟା ଦେଖାଦିଏ | ଘର ତିଆରି ସମୟରେ କେଉଁ କୋଠରୀ ଦିଗ ଆଡକୁ ରହିବ, ଘରର କବାଟ ଝରକା କେଉଁ ଦିଗ ଆଡକୁ ରହିବ, ତାର ଆକାର ପ୍ରକାର କିଭଳି ରହିବା ଦରକାର ସେ ସମ୍ପର୍କରେ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି | ଯଦି ଘରର ମୁଖ୍ୟ ଦ୍ୱାର କିମ୍ବା କବାଟ ବାସ୍ତୁ ଅନ୍ୟଜାୟୀ ସଠିକ ଭାବେ ତିଆରି ନ ହୋଇଥାଏ ତାହେଲେ ଘର ତିଆରି ଅଧୁରା ବୋଲି କୁହାଯାଏ | ଘରର ମୁଖ୍ୟ ଦ୍ୱାରର ଆକାର ପ୍ରକାର ମଧ୍ୟ ସଠିକ ହେବା ଉଚିତ | ଆଧୁନିକ ଯୁଗରେ ଘର ନିର୍ମାଣରେ ଅନେକ ପରିବର୍ତ୍ତନ ଦେଖା ଦେଇଛି | ଆଧୁନିକ ଯୁଗରେ ଘର ନିର୍ମାଣ ବେଳେ ଘର ଆଗରେ ଦାଣ୍ଡ କରାଯାଉନାହିଁ | ବାସ୍ତୁଶାସ୍ତ୍ରରେ ଏହାକୁ ଅସମ୍ପୂର୍ଣ୍ଣ ବୋଲି କୁହାଯାଏ | ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାର ବା ମୁଖ୍ୟ କବାଟ କିଭଳି ହେବା ଉଚିତ ଜାଣନ୍ତୁ :

{"id":298201,"width":570,"height":428,"sizeSlug":"large"}

ଆଧୁନିକ ଯୁଗରେ ଘରର ପ୍ରତ୍ୟେକ ଦ୍ୱାରରେ ଦ୍ୱାରବନ୍ଧ ନ ତିଆରି କଲେ ମଧ୍ୟ ରୋଷେଇ ଘର ଏବଂ ମୁଖ୍ୟ ଦ୍ୱାରରେ ଦ୍ୱାରବନ୍ଧ ନିଶ୍ଚୟ ତିଆରି କରିବା ଉଚିତ | ବାସ୍ତୁଶାସ୍ତ୍ରରେ କାଠ ତିଆରି ଦ୍ବାରବନ୍ଧକୁ ଶୁଭ ବୋଲି କୁହାଯାଏ | କିନ୍ତୁ ଆପଣ ଚାହିଁଲେ ନିଜ ଲାଇଫଷ୍ଟାଇଲ ହିସାବରେ ମାର୍ବଲର ଦ୍ୱାରବନ୍ଧ ମଧ୍ୟ ତିଆରି କରିପାରିବେ | କବାଟର ଚତୁର୍ଥ ଭାଗକୁ ଦ୍ୱାରାବନ୍ଧ ବୋଲି କୁହାଯାଏ | ଦ୍ବାରବନ୍ଧ ଥିଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେନି ବୋଲି ବିଶ୍ୱାସ ରହିଛି | ଏହାକୁ ପବିତ୍ର କରିବା ପାଇଁ ମୁଖ୍ୟଦ୍ଵାରରେ ଓଁ କିମ୍ବା ସ୍ୱସ୍ତିକ ଭଳି ଧାର୍ମିକ ଚିହ୍ନ ମଧ୍ୟ ଲଗାଇପାରିବେ | ଏହାସହ ଘର ବାହାରେ ଦ୍ୱାରରେ ରଙ୍ଗୋଲି କିମ୍ବା ଝୋଟି ତିଆରି କରି ଏହାକୁ ଆହୁରି ସୁନ୍ଦର କରିପାରିବେ | ଘରର ମୁଖ୍ୟ ଦ୍ୱାରରେ ରଙ୍ଗୋଲି କିମ୍ଭା ଝୋଟି ତିଆରି କରିବା ଶୁଭ ବୋଲି କୁହାଯାଏ |

ଘରର ଦ୍ବାରବନ୍ଧ ଘର ସୀମା ନିର୍ଣ୍ଣୟ କରିଥାଏ | କୁହାଯାଏ ଯେ ଘରର ସକାରାତ୍ମକ ଶକ୍ତି ଦ୍ବାରବନ୍ଧ ଡେଇଁ ଘର ବାହାରକୁ ଯାଇନଥାଏ | ଘରର ମୁଖ୍ୟ ଦ୍ଵାରବନ୍ଧ ମଜବୁତ ହୋଇଥିଲେ ପରିବାରକୁ କେହି ଭାଙ୍ଗି ପାରିବେନି ବୋଲି କୁହାଯାଏ | ଏହା ସହ ଘରକୁ ଶତ୍ରୁ ମଧ୍ୟ ପ୍ରବେଶ କରିପାରନ୍ତିନି | ସେଥିପାଇଁ ଘରର ଅନ୍ୟ ସବୁ ଜାଗାକୁ ମରାମତି କଲାବେଳେ ଦ୍ୱାରବନ୍ଧ ମଧ୍ୟ ମରାମତି କରିବା ଉଚିତ | ଭଙ୍ଗା ଦ୍ବାରବନ୍ଧକୁ ଅଶୁଭ ବୋଲି କୁହାଯାଏ |

{"id":298203,"sizeSlug":"large"}

ମୁଖ୍ୟ ଦ୍ୱାର କିମ୍ବା ମୁଖ୍ୟ ଫାଟକର ଦ୍ବାରବନ୍ଧ ତିଆରି ସମୟରେ ଏହା ତଳେ ଏକ ରୁପା ତାର ପକାଇଦେବେ | ବାସ୍ତୁରେ ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି | ମୁଖ୍ୟ ଦ୍ୱାରାବନ୍ଧ ତଳେ ରୁପା ତାର ପୋତି ଦେଲେ ଘରର ପରିବେଶ ଶାନ୍ତ ରହେ | 

ଆଜିକାଲି ଫଳିକିଆ କବାଟର ଫ୍ୟାସନ ଚାଲିଛି କିନ୍ତୁ ବାସ୍ତୁଶାସ୍ତ୍ର ହିସାବରେ ଦୁଇ ଫାଳିଆ କବାଟ ଘର ପାଇଁ ଶୁଭ ହୋଇଥାଏ | ବିଶେଷକରି ଘରର ମୁଖ୍ୟଦ୍ଵାର ଦୁଇ ଫାଳିଆ କରିବା ଉଚିତ | ସାଧାରଣତଃ ଫଳିକିଆ କବାଟ ପାଇଁ ଦ୍ବାରବନ୍ଧ ଆବଶ୍ୟକ ହୋଇନଥାଏ କିନ୍ତୁ ଦୁଇ ଫାଳିଆ କବାଟ ପାଇଁ ଦ୍ୱାରାବନ୍ଧ ଆବଶ୍ୟକ ହୋଇଥାଏ |

{"id":298204,"width":576,"height":461,"sizeSlug":"large"}

ଦ୍ୱାରବନ୍ଧ ଡେଇଁ ଘର ବାହାରକୁ ଜୀବ ସମୟରେ କିମ୍ବା ଭିତରକୁ ପ୍ରବେଶ ସମୟରେ ନମସ୍କାର କରିବା ଉଚିତ | ଦ୍ବାରବନ୍ଧରେ ବସି କେବେ କିଛି ଖାଆନ୍ତୁ ନାହିଁ | ଏହାକୁ ଅଶୁଭ ବୋଲି କୁହାଯାଏ | ମୁଖ୍ୟ ଦ୍ୱାର ଆଗରେ ଦ୍ବାରବନ୍ଧରେ ଅଳିଆ ରକ୍ଷନ୍ତୁ ନାହିଁ | ଘର ଆଗରେ ଅଳିଆ ରଖିଲେ ମା ଲକ୍ଷ୍ମୀ ଘର ଭିତରକୁ ପ୍ରବେଶ କରନ୍ତିନି |

(ବି: ଦ୍ର: ଉପର ଲିଖିତ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ | କୌଣସି କାମ କରିବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.