Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘରର ସଠିକ ଦିଗରେ ପାଣି ରଖିଲେ ବ୍ୟବସାୟରେ ହୋଇଥାଏ ଉନ୍ନତି, ମିଳିଥାଏ ବିଭିନ୍ନ ସଫଳତା

18/06/2019 at 5:28 PM

ବାସ୍ତୁଶାସ୍ତ୍ରକୁ ବିଜ୍ଞାନ ବୋଲି ବିବେଚନା କରାଯାଉଛି । ଛୋଟ ଘରଠୁ ନେଇ ବଡ ବଡ ଟାଉନସିପ୍‌ ପର୍ଯ୍ୟନ୍ତ ବିଭିନ୍ନ ନିର୍ମାଣ କ୍ଷେତ୍ରରେ ବାସ୍ତୁର ପ୍ରୟୋଗ ବୃଦ୍ଧି ପାଇବାରେ ଲାଗିଛି ।  ପ୍ରକୃତରେ ବାସ୍ତୁ ପ୍ରକୃତିର ପଞ୍ଚ ତତ୍ତ୍ବ (ପୃଥ୍ବୀ, ଅଗ୍ନି, ବାୟୁ, ଆକାଶ ଏବଂ ଜଳ)ର ସନ୍ତୁଳନ ବିଜ୍ଞାନ । ଉପଯୁକ୍ତ ଦିଗରେ ଉପଯୁକ୍ତ ଜିନିଷ ରଖିବା ସହ ଏଥିରୁ ପ୍ରାପ୍ତ ସକାରାତ୍ମକ ଶକ୍ତିକୁ କାମରେ ଲଗାଇବା ହେଉଛି ବାସ୍ତୁ ବିଜ୍ଞାନର ଉଦ୍ଦେଶ୍ୟ ।

ସାଧାରଣତଃ ବାସ୍ତୁ ବିଶେଷଜ୍ଞମାନେ ଘରେ ଛୋଟ ଝରଣା, ଜଳକୁଣ୍ଡ ତଥା ଜଳ ସମ୍ବଧୀୟ ସୋ ପିସ ବା ଫଟୋଚିତ୍ର ଲଗାଇବା ଲାଗି ପରାମର୍ଶ ଦେଇଥାନ୍ତି । ପ୍ରକୃତିରେ ଏଭଳି ପରାମର୍ଶର କାରଣ ହେଉଛି ସଂପୃକ୍ତ ଗୃହର ଜଳ ତତ୍ତ୍ବକୁ ସନ୍ତୁଳିତ କରିବା ସହ ଏଥିରୁ ଉତ୍ପନ୍ନ ସକରାତ୍ମକ ଶକ୍ତିକୁ ନିଜର କଲ୍ୟାଣ ନିମନ୍ତେ ବ୍ୟବହାର କରିବା ପାଇଁ ହୋଇଥାଏ ।

ପ୍ରବାହିତ ଜଳ ପାଖଆଖର ବାତବରଣକୁ ଗତିଶୀଳ କରିବାରେ ସହାୟକ ହୋଇଥାଏ ।ମାନବ ମସ୍ତିସ୍କର ଅଧିକାଂଶ ଅଂଶ ଜଳ ତତ୍ତ୍ବରେ ପରିପୂର୍ଣ୍ଣ ହୋଇଥାଏ । ତେଣୁ ଘରେ ପ୍ରବାହିତ ଜଳ ତତ୍ତ୍ବ ରହିବା ଦ୍ବାରା ବ୍ୟକ୍ତି ସର୍ବଦା ଚଳଚଞ୍ଚଳ ରହିଥାଏ। ମସ୍ତିସ୍କ ସକ୍ରୀୟ ରହିବା ସହ ତୀଖ୍ନ ହୋଇଥାଏ ।

ବାସ୍ତୁ ଶାସ୍ତ୍ରରେ ଯେପରି ବିଭିନ୍ନ ଦିଗ ଓ ଦିଗ ଅନୁସାରେ ଜିନିଷ ରଖିବା ଗୁରୁତ୍ବପୂର୍ଣ୍ଣ ହୋଇଥାଏ ଠିକ ସେହିଭଳି ଫେଙ୍ଗସୁଇ ମଧ୍ୟ ଦିଗ ଓ ଦିଗ ଅନୁସାରେ ଜିନିଷ ରଖିବା ଉପରେ ବିଶେଷ ଗୁରୁତ୍ବ ପ୍ରଦାନ କରିଥାଏ।  ଏଭଳି କରିବାର କାରଣ ହେଉଛି ଦିଗ ହିଁ ଆମକୁ ଉନ୍ନତି ଆଡକୁ ଅଗ୍ରସର କରାଇଥାଏ । ବାସ୍ତୁ ଅନୁସାରେ ଘରେ ପାଣିର ସ୍ଥାନ କେଉଁ ଦିଗରେ ଓ କେଉଁଠି ହେବା ଆବଶ୍ୟକ ସେ ସମ୍ପର୍କରେ ବିସ୍ତୃତ ଭାବେ କୁହାଯାଇଛି ।

ବାଲକୋନୀ-ବାସ୍ତୁଶାସ୍ତ୍ର ଅନୁସାରେ ବ୍ୟବସାୟରେ ଉନ୍ନତି , ପରିବାରରେ ସୁଖ ଓ ସମୃଦ୍ଧି, ଖରାପ ନଜରରୁ ରକ୍ଷା ପାଇଁ ଘରର ବାଲକୋନୀରେ କୌଣସି ଜଳ ତତ୍ତ୍ବ ରଖିବା ଆବଶ୍ୟକ ।ଏହା ସୋ ପିସ ବା ଫଟୋଚିତ୍ର ହେଲେ ମଧ୍ୟ ଚଳିବ

ଉତ୍ତର-ପୂର୍ବ କୋଣ- ଘରର ଉତ୍ତର-ପୂର୍ବ କୋଣରେ ମାଟିରେ ନିର୍ମିତ ପାତ୍ର ବା ସୁରେଇରେ ପାଣିଭର୍ତ୍ତି କରି ରଖିବା ଶୁଭ ପ୍ରଦ ହୋଇଥାଏ । ଏଭଳି କରିବା ଦ୍ବାରା ଘରେ ରହୁଥିବା ଲୋକଙ୍କ ଦୁର୍ଭାଗ୍ୟ ଦୂର ହେବା ସହ ସବୁ କାମରେ ସଫଳତା ପ୍ରାପ୍ତି ହୋଇଥାଏ ।

ରୋଷେଇ ଘର- ଜଳ ତତ୍ବ ସମ୍ପର୍କିତ କୌଣସି ସୋ ପିସ ବା ଫଟୋଚିତ୍ର ରୋଷଇ ଘରେ ଲଗାଇବା ଉଚିତ ନୁହେଁ । ରୋଷେଇ ପାଇଁ ଆବଶ୍ୟକ ଜଳ ବ୍ୟତୀତ ଅନ୍ୟ କୌଣସି ଜଳତତ୍ବ ରୋଷେଇ ଘରେ ରଖିବା ଅନୁଚିତ

ୱାଟରଫଲ- ଘରେ ଯଦି ବଗିଚାପାଇଁ ସ୍ଥାନ ରହିଛି ବା ବଗିଚାରେ ଆପଣ ୱାଟରଫଲ ସ୍ଥାପନା କରିବାକୁ ଚାହୁଁଥାନ୍ତି ତାହେଲେ ତାକୁ ଏମିତି ଢଂଗରେ ସ୍ଥାପନା କରନ୍ତୁ ଯେମିତି ପାଣି ଆପଣଙ୍କ ଘର ଆଡକୁ ମୁଁ କରି ପ୍ରବାହିତ ହେବ । ବିପରୀତ ଦିଗରେ ପାଣି ପ୍ରବାହିତ ହେଲେ ଆପଣଙ୍କ ପାଇଁ ଅଶୁଭ କାରକ ହେବ । ଉନ୍ନତି ବାଧାପ୍ରାପ୍ତ ହେବ।

ଝରଣା- ଯଦି ଘରେ ଫାଉଣ୍ଟେନ ବା ଝରଣା ରଖିବାକୁ ଚାହାନ୍ତି ତାହେଲେ ଘରର ଉତ୍ତର ଦିଗରେ ବା ଦକ୍ଷିଣ-ପୂର୍ବ ଦିଗରେ ଝରଣା ରଖନ୍ତୁ । ଏହା ବେଶ ଶୁଭପ୍ରଦ ହେବ । ସୌଭାଗ୍ୟ ମଧ୍ୟ ଆଣିବ ।

   Related Posts