oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଜାଣିରଖନ୍ତୁ ଉତ୍ତର- ପୂର୍ବ କୋଣ କିମ୍ବା ଐଶାନ୍ୟ ନିଜର ସୁଖ ସମୃଦ୍ଧିପାଇଁ କେତେ ସହାୟକ, ଅଫିସ ହେଉ ଅବା ବ୍ୟବସାୟ କିଭଳି ଆଣିଥାଏ ଉନ୍ନତ୍ତି

2/02/2019 at 9:09 PM

ବାସ୍ତୁଶାସ୍ତ୍ର ଅନୁସାରେ ଉତ୍ତର-ପୂର୍ବ କୋଣ ଭଗବାନ ଶିବଙ୍କର ଆଧିପତ୍ୟ କୋଣ ଅଟେ । ଏହି କୋଣରେ ସବୁ ଦେବତାମାନେ ବାସ କରୁଥିବାରୁ ଏହା ସମସ୍ତଙ୍କର ପାଇଁ ମଙ୍ଗଳ ହୋଇଥାଏ । ଏହି କୋଣ ପ୍ରତି ଦେବତାଙ୍କର ଶୁଭଦୃଷ୍ଟି ଥାଏ । ଯଦି ଆପଣ ଅଫିସ କିମ୍ବା ଘର ପାଇଁ ବାସ୍ତୁବିଚାର ନେଉଛନ୍ତି, ତା ହେଲେ ଏହି କୋଣ କିଭଳି ଭାବରେ ମଙ୍ଗଳକର ହୋଥାଏ , ଜାଣିବା ଆସନ୍ତୁ ।

 ଘର କିମ୍ବା ଅଫିସର ଐଶାନ୍ୟ କୋଣରେ କୌଣସି ଅଳିଆ ଆବର୍ଜନା ପକାନ୍ତୁ ନାହିଁ । ଏହାଦ୍ଵାରା ଆପଣ କରିବାକୁ ଯାଉଥିବା କାମ ବାଧାପ୍ରାପ୍ତ ହେବାର ଅଛି ।

ଏହି କୋଣରେ ପାଇଖାନା କିମ୍ବା ଷ୍ଟୋରରୁମ୍ ରଖନ୍ତୁ ନାହିଁ ,ଆପଣ କୌଣସି କାମରେ ସଫଳତା ପାଇପାରିବେ ନାହିଁ ।

କିଚେନ୍ କିମ୍ବା ବେଡ଼ରୁମ ଏହି କୋଣରେ କଲେ, ବାସ୍ତୁଦୋଷ ରହିଥାଏ । ପାରିବାରିକ ଅଶାନ୍ତି ମଧ୍ୟ ଦେଖାଯାଇଥାଏ ।

ଏହି କୋଣରେ କୌଣସି ଧାରୁଆ ଅସ୍ତ୍ର କିମ୍ବା ଝାଡ଼ୁ ରଖନ୍ତୁ ନାହିଁ, ଏହାଦ୍ଵାରା ଧନହାନୀ ହେବାର ସମ୍ଭାବନା ରହିଛି ।

ଘର କିମ୍ବା ଅଫିସରେ ଏହି କୋଣରେ ବସିବା ବ୍ୟବସ୍ଥା କରନ୍ତୁ ନାହିଁ, ଏହାଦ୍ଵାରା ଆଲୋଚନା ହେବାକୁ ଥିବା  କୌଣସି କଥା ସମାଧାନ ହୋଇପାରିବ ନାହିଁ ।

ଯଦି ବାସ୍ତୁଦୋଷ କାଟିବାକୁ ଚାହୁଁଛନ୍ତି, ତାହେଲେ କରନ୍ତୁ ଏହି ଉପଚାର ।

ଯଦି ଘର କିମ୍ବା ଅଫିସରେ ବାସ୍ତୁଦୋଷ ଥାଏ, ତାହେଲେ ଏହି କୋଣରେ ଦେବାଦେବୀଙ୍କ ଫଟୋ ଲଗାଇ ପୂଜା କରନ୍ତୁ ।

ଘରର ଏହି କୋଣକୁ ସଫାସୁତରା ରଖିଲେ ଲକ୍ଷ୍ମୀଙ୍କ ବାସସ୍ଥାନ ପାଲଟିଯିବ । ଯାହା ଆପଣଙ୍କର ଧନର ଅଭାବ ରହିବ ନାହିଁ ।

ଏହି କୋଣରେ ପୂଜାସ୍ଥାନ କରନ୍ତୁ ଓ ମହାଲକ୍ଷ୍ମୀଙ୍କର ମୂର୍ତ୍ତି ରଖି ପୂଜା କରନ୍ତୁ ।

ଏହିକୋଣରେ ଯଦି ଗଣେଷଙ୍କ ମୂର୍ତ୍ତିରଖି ଧଳା ମନ୍ଦାର ଦେଇ ପୂଜା କରନ୍ତି, ଧନଧାନ୍ୟର ଅଭାବ ରହିବ ନାହିଁ ।

   Related Posts