ଘରର ଏହି ଦିଗରେ ଗଛ ରଖିବା ଦ୍ବାରା ଭୋଗିପାରନ୍ତି ଆର୍ଥିକ ସମସ୍ୟା‌: ଜାଣି ରଖନ୍ତୁ ଏସବୁ ନିୟମ

Published By : Prameya-News7 Bureau | August 17, 2020 IST

ବାସ୍ତୁଶାସ୍ତ୍ରରେ ସମସ୍ତ ଦିଗର ନିଜର ଏକ ଭିନ୍ନ ମହତ୍ତ୍ବ ରହିଥାଏ। ଦକ୍ଷିଣ-ପଶ୍ଚିମ ଦିଗକୁ ନେତୃତ୍ବ ଦିଗ ମଧ୍ୟ କୁହାଯାଇଥାଏ। ଦକ୍ଷିଣ-ପଶ୍ଚିମ ଦିଗରେ ଖୋଲାପଣ ଅର୍ଥାତ୍ ଝରକା,କବାଟ ହେବା ଅନୁଚିତ୍।

ଗୃହସ୍ବାମୀଙ୍କ କକ୍ଷ ଏହି ଦିଗରେ ରହିବା ଉଚିତ୍। ଏହା ବ୍ୟତୀତ କ୍ୟାସ୍ କାଉଣ୍ଟର ,ମେସିନ୍ ଆଦି ଆପଣ ଦକ୍ଷିଣ-ପଶ୍ଚିମ ଦିଗରେ ରଖି ପାରିବେ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଏହି ଦିଗରେ ଗଛ ରଖିବା ଅନୁଚିତ୍। ଆସନ୍ତୁ ଜାଣିବା ଦକ୍ଷିଣ-ପଶ୍ଚିମ ଦିଗ ସହ ଜଡ଼ିତ ଖାସ୍ କଥା

wp:list
  • ଘରର ଦକ୍ଷିଣ-ପଶ୍ଚିମ ଦିଗରେ ସବୁଜ ବୃକ୍ଷ ରଖିବା ଅନୁଚିତ୍। ପ୍ରଥମତଃ ଏହି ଦିଗରେ ସୂର୍ଯ୍ୟଙ୍କ ପର୍ଯ୍ୟାପ୍ତ କିରଣ ମିଳିପାରିନଥାଏ ଏବଂ ଦ୍ବିତୀୟରେ ବାସ୍ତୁ ଦୃଷ୍ଟିରୁ ଗଛ ପାଇଁ ଏହି ସ୍ଥାନ ଅଶୁଭ ହୋଇଥାଏ। ଦକ୍ଷିଣ-ପଶ୍ଚିମ ଦିଗରେ ଗଛ ରଖିବା ଦ୍ବାରା ଘରେ ଆର୍ଥିକ ସମସ୍ୟା ହୋଇଥାଏ।
  • ଘରର ଦକ୍ଷିଣ-ପଶ୍ଚିମ କୋଣକୁ ଭର୍ତ୍ତି ରଖିବା ଉଚିତ୍। ଯାହା ଦ୍ବାରା ରାହୁ ଗ୍ରହ ଶାନ୍ତ ରହିବେ।
  • ଏହି ଦିଗରେ ଶୌଚାଳୟ ହେବା ଦ୍ବାରା ପିତୃ ଦୋ​‌ଷ ମଧ୍ୟ ବାହାରିଥାଏ। ରାହୁ ଏବଂ ପିତୃ ଦୋ​‌ଷ କାରଣରୁ ଏପରି ଘରେ ସବୁବେଳେ ନକରାତ୍ମକ ଶକ୍ତି ରହିଥାଏ।
  • ଐଶ୍ବରୀୟ ଶକ୍ତି ଈଶାନ କୋଣରୁ ପ୍ରବେଶ କରିଥାଏ ଏବଂ ନେତୃତ୍ବ କୋଣରୁ ବାହାରକୁ ବାହାରିଥାଏ। ଦକ୍ଷିଣ ଦିଗରେ ମନ୍ଦିର ନିର୍ମାଣ କରିବା ଅନୁଚିତ୍।
  • ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଷ୍ଟୋର ରୁମ୍ ଏବଂ ଗୃହସ୍ବାମୀଙ୍କ କକ୍ଷ ନିର୍ମାଣ କରାଯାଇପାରିବ।
  • ଏହି ଦିଗରେ ପିତୃଙ୍କ ସ୍ଥାନ ମଧ୍ୟ କୁହାଯାଇଥାଏ।
  • ଯଦି ଦକ୍ଷିଣ-ପଶ୍ଚିମ ଦିଗରେ ଝରକା ଏବଂ କବାଟ ରହିଛି ତେବେ ହନୁମାନଙ୍କ ମୂର୍ତ୍ତି ଏଭଳି ଲଗାନ୍ତୁ ଯାହା ଦ୍ବାରା ତାଙ୍କ ଦୃଷ୍ଟି ଦକ୍ଷିଣ ଦିଗରେ ରହିବ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.