ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ମହା ଦୁର୍ନୀତି, କୋଟି କୋଟି ଟଙ୍କାର ସରକାରୀ ଅନୁଦାନକୁ ଚଳୁ

Published By : Prameya-News7 Bureau | February 01, 2019 IST

ପୁରୀ ୧|୨: ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ସୀମା ଟପିଛି ଦୁର୍ନୀତି । କୋଟି କୋଟି ଟଙ୍କାର ସରକାରୀ ଅନୁଦାନକୁ ଚଳୁ କରିଛନ୍ତି ଅଧିକାରୀ ଓ କର୍ମଚାରୀ । ଏମିତିକି ବିଶ୍ବବିଦ୍ୟାଳୟରେ ନିଯୁକ୍ତିକୁ ନେଇ ମଧ୍ୟ ବହୁ ଚଞ୍ଚକତା ନଜର ଆସିଛି । ଗଲା ୩ବର୍ଷ ଭିତରେ ପ୍ରାୟ ୨୦କୋଟି ଟଙ୍କା କେମିତି ଖର୍ଚ୍ଚ ହୋଇଛି ତା’ର ହିସାବ ଦେଇପାରୁନାହାନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । …..

{"id":80746}

ଆଖିରେ ଆଙ୍ଗୁଠି ଗେଞ୍ଜି ଖୁଲମ ଖୁଲା ଲୁଟ୍‌ ହୋଇଛି ସରକାରୀ ଅନୁଦାନ । କୋଟି କୋଟି ଟଙ୍କା ଚଳୁ କରିଛନ୍ତି ଅଧିକାରୀ ଓ କର୍ମଚାରୀ । ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ୨୦କୋଟି ଟଙ୍କାର ହୋଇଛି ମହାଦୁର୍ନୀତି । ସୂଚନା ଅଧିକାର ଆଇନ୍‌ ବଳରେ ମିଳିଥିବା ଏହି ତଥ୍ୟକୁ ଦେଖନ୍ତୁ । ୨୦୧୩ରୁ ୨୦୧୬ ଆର୍ଥିକ ବର୍ଷରେ ବିଶ୍ବବିଦ୍ୟାଳୟକୁ ପ୍ରାୟ ୨୬କୋଟି ୬୩ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି ରାଜ୍ୟ ସରକାର ।

{"id":80747}

ହେଲେ ଏହି ଅନୁଦାନ ଅର୍ଥକୁ କିଭଳି ଖର୍ଚ୍ଚ କରାଯାଇଛି ତା’ର ହିସାବ ଦେଇପାରୁନାହାନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ବିଶ୍ବ ବିଦ୍ୟାଳୟ ଆକାଉଣ୍ଟ ଖାତାରେ ମାତ୍ର ୬ କୋଟି ଟଙ୍କାର ହିସାବ ଥିବା ବେଳେ ବାକି ୨୦କୋଟିରୁ ଅଧିକ ଟଙ୍କାର କେମିତି ଖର୍ଚ୍ଚ ହୋଇଛି ତା’ର କୌଣସି ହିସାବ ନାହିଁ ।

{"id":80748}

ଏମିତିକି ଆରଟିଆଇକୁ ଯେଉଁ ତଥ୍ୟ ଦିଆଯାଇଛି ସେଥିରେ ବି ଦେଖାଯାଇଛି ବ୍ୟତିକ୍ରମ । ଗୋଟିଏ ମହିଳା ହେଷ୍ଟେଲ ନିର୍ମାଣ ପାଇଁ ପ୍ରଥମେ ଦେଢ଼ କୋଟି ଓ ପରେ ଅଢ଼େଇ କୋଟି ଖର୍ଚ୍ଚ ହୋଇଥିବା ଭୁଲ୍‌ ତଥ୍ୟ ଦିଆଯାଇଛି ।  ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ବର୍ତ୍ତମାନର କୁଳପତି ଏ ସମ୍ପର୍କରେ କିଛି ଜାଣିନଥିବା କହୁଛନ୍ତି ।

{"id":80749}

ବର୍ତମାନର କୁଳପତିଙ୍କ ବୟାନ ଅନୁସାରେ ବିଶ୍ବବିଦ୍ୟାଳୟରେ ଏଭଳି ଆର୍ଥିକ ଅନିୟମିତତା ପୂର୍ବତନ କଳପତି ଗଙ୍ଗାଧର ପଣ୍ଡାଙ୍କ ଅମଳରେ ହୋଇଥିବା ସ୍ପଷ୍ଟ ହୋଇଛି । ତାଙ୍କ ସମୟରେ ମଧ୍ୟ ୧୦ଜଣ ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅର୍ଥ କାରବାରର ଅଭିଯୋଗ ଆସିଥିଲା । ଏହି ସମୟରେ ପୂର୍ବତନ କୁଳପତି ତାଙ୍କ ପୁଅ ଶ୍ରୀନିବାସ ପଣ୍ଡାଙ୍କୁ ମଧ୍ୟ ବିଶ୍ବବିଦ୍ୟାଳୟର ଜ୍ୟୋତିକୁଞ୍ଜନ ବିଭାଗରେ ନିଯୁକ୍ତି ଦେଇଛନ୍ତି ।

{"id":80750}

ଏଭଳି ବେଆଇନ୍‌ ନିଯୁକ୍ତିକୁ ନେଇ ହାଇକୋର୍ଟରେ ମଧ୍ୟ ଏକ ମାମଲା ବିଚାରଧୀନ ରହିଛି । ତେବେ ବର୍ତମାନ ଆରଟିଆଇରେ ଯେଉଁ ତଥ୍ୟ ଆସିଛି ତାର ଜବାବ୍‌ ନା’ ବର୍ତମାନର କୁଳପତି ଦେବାକୁ ସକ୍ଷମ ହେଉଛନ୍ତି ନା’ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍‌ ।

{"id":80751}

ରାଜ୍ୟର ଏକମାତ୍ର ସଂସ୍କୃତ ବିଶ୍ବବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଅନୁଦାନକୁ କେମିତି ଖର୍ଚ୍ଚ କରାଯାଇଛି, ଆଉ କୋଟି କୋଟି ଟଙ୍କା କେମିତି ତୋଷାରପାତ ହୋଇଛି ତା’ର ଉପଯୁକ୍ତ ତଦନ୍ତ ହେବା ଦରକାର । କ୍ରାଇମବ୍ରାଞ୍ଚ କିମ୍ବା ଭିଜିଲାନ୍‌ସ୍‌ ତଦନ୍ତ ହେଲେ ସବୁ ତଥ୍ୟ ସାମ୍ନାକୁ ଆସିପାରିବ ।

{"id":80752}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.