scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୋଦୀଙ୍କୁ ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କ ଚିଠି, ‘ଏମଏସ୍‌ପି ଉପରେ ଆଇନ୍‌ ଆଣ, ୭୦୦ ସହିଦ କୃଷକଙ୍କୁ କୋଟିଏ ଟଙ୍କା ଲେଖାଏଁ ଦିଅ’

20/11/2021 at 5:04 PM

ନୂଆଦିଲ୍ଲୀ ୨୦/୧୧: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ୩ କୃଷି ଆଇନ୍‌ ପ୍ରତ୍ୟାହାର କରିନେବା ଘୋଷଣାକୁ ସ୍ବାଗତ କରିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ। କିନ୍ତୁ ଏହା ସହିତ କେନ୍ଦ୍ର ସରକାରଙ୍କ ନିକଟରେ ଚାଷୀଙ୍କ ପାଇଁ ସେ ନିଜର ଦାବି ରଖିଛନ୍ତି। ଶନିବାର ମୋଦୀଙ୍କୁ ଏକ ପତ୍ର ଲେଖି ବରୁଣ ଗାନ୍ଧୀ ଦାବି କରିଛନ୍ତି ଯେ ଖୁବଶୀଘ୍ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉପରେ ନିଷ୍ପତ୍ତି ନିଆଯିବା ଦରକାର। ଏହା ଦ୍ବାରା ଚାଷୀମାନେ ଘରକୁ ଫେରିପାରିବେ। ଏହା ସହ କୃଷକ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ୭୦୦ କୃଷକଙ୍କୁ ଏକ କୋଟି ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରାଦାନ କରିବାକୁ ସେ ଦାବି କରିଛନ୍ତି ।

ସେ ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସା ମାମଲାଲେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରିଥିଲେ । ​‌ ୩ କୃଷି ଆଇନ୍‌ ପ୍ରତ୍ୟାହାର ନେଇ ଘୋଷଣା ହେବାର ଗୋଟିଏ ଦିନ ପରେ ଶନିବାର ଦିନ ବରୁଣ ଗାନ୍ଧୀ ଟ୍ବିଟ୍‌ କରି କହିଛନ୍ତି, ଦେଶର କୃଷକ ବର୍ଷା, ତୁଫାନ୍‌ ଏବଂ  ପ୍ରତିକୂଳ ପାଣିପାଗର ସାମ୍ନା କରି ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ ଜାରି ରଖିଥିଲେ। ତେଣୁ ଚାଷୀମାନଙ୍କୁ ଧନ୍ୟବାଦ ଦେବା ଦରକାର। ଯଦି ଉଚିତ ସମୟରେ କୃଷି ଆଇନ୍‌ ପ୍ରତ୍ୟାହାର କରିନିଆଯାଇଥାନ୍ତା ତେବେ ଆନ୍ଦୋଳନରେ ୭୦୦ କୃଷକଙ୍କୁ ପ୍ରାଣ ବଳି ଦେବାକୁ ପଡ଼ିନଥାନ୍ତା ବୋଲି ମଧ୍ୟ ଲେଖିଛନ୍ତି ବରୁଣ ଗାନ୍ଧୀ।

ଲଗାତାର ମୋଦୀ ସରକାରଙ୍କୁ ଟାର୍ଗେଟ କରିଆସୁଥିବା ବିଜେପି  ସାଂସଦ ବରୁଣ ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ହିଂସାରେ ମଧ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଥିଲେ। ଏହାକୁ ଲୋକତନ୍ତ୍ରର ଏକ କଳା ଚିହ୍ନ ବୋଲି କହିବା ସହ ପିଲିଭିଟ୍‌ ସାଂସଦ ଲକ୍ଷ୍ମୀପୁର ହିଂସା ମାମଲା​ରେ ନିରପେକ୍ଷ ତଦନ୍ତ ଦାବି କରିଥିଲେ। ଏହା ସହ କେନ୍ଦ୍ରମନ୍ତ୍ରୀ ଅଜୟ  ମିଶ୍ର ଏବଂ ବାକି ଦୋଷୀମାନଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଥିଲେ ।   

   Related Posts