Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବରୁଣ ତେଜ୍‌-ଲାବନ୍ୟାଙ୍କ ହେଲା ନିର୍ବନ୍ଧ, ଏହି ସବୁ ମେଗାଷ୍ଟାର ସେରେମନିରେ ଆସିଲେ ନଜର

10/06/2023 at 9:11 AM

ମୁମ୍ଵାଇ ୧୦।୦୬: ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ବରୁଣ ତେଜ। ବର୍ତ୍ତମାନ ସେ ଲାବନ୍ୟା ତ୍ରିପାଠୀଙ୍କ ସହ ନିର୍ବନ୍ଧ କରିଛନ୍ତି। ଶୁକ୍ରବାର ଦିନ ହାଇଦ୍ରାବାଦରେ ଏହି ସେରେମନି ହୋଇଥିଲେ। ଗତ କିଛି ଦିନ ଧରି ଉଭୟଙ୍କ ନିର୍ବନ୍ଧ ଖବର ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ଏହି ସମାରୋହରେ ଦକ୍ଷିଣ ଇଣ୍ଡଷ୍ଟ୍ରିର ଦୁଇଟି ବଡ ପରିବାର କୋନିଡେଲା ଏବଂ ଅଲ୍ଲୁ ପରିବାର ଏକତ୍ରିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଅଲୁ ଅର୍ଜୁନ, ରାମ ଚରଣ ଏବଂ ପତ୍ନୀ ଉପସନା କନିଡେଲା ଏବଂ ମେଗାଷ୍ଟାର ଚିରଞ୍ଜୀବୀ ମଧ୍ୟ ଉପସ୍ଥିତ ଥିଲେ।

କହିବାକୁ ଗଲେ ଯେ ନିର୍ବନ୍ଧର ସମାରୋହର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ଯେଉଁଥିରେ ଅନେକ ଦକ୍ଷିଣ ତାରକାଙ୍କୁ ଦେଖିବାକୁ ମିଳିଛି। ବରୁଣ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଫଟୋ ସେୟାର କରି କ୍ୟାପସନ୍ ଲେଖିଛନ୍ତି, “ଫାଉଣ୍ଡ ମାଇଁ ଲଭ୍! @Itsmelavanya।” ବରୁଣ ତେଜ ଏବଂ ଲାବନ୍ୟାଙ୍କ ସମ୍ପର୍କର ଖବର ଦୀର୍ଘ ସମୟ ଧରି ଆଲୋଚନା ହେଉଥିଲା। ହେଲେ ଦୁହେଁ ସେମାନ ସମ୍ପର୍କକୁ ଅସ୍ଵୀକାର କିମ୍ବା ଗ୍ରହଣ କରି ନଥିଲେ। ବହୁ କଳ୍ପନାଜଳ୍ପନା ପରେ ଗୁରୁବାର ଦିନ ଏହି କପଲ ନିଜ ନିଜ ଟିମ୍ ମାଧ୍ୟମରେ ସେମାନଙ୍କ ନିର୍ବନ୍ଧ ବିଷୟରେ କନଫର୍ମ କରିଥିଲେ।

Varun Lavanya Engagement

କହିବାକୁ ଗଲେ ବରୁଣ ତେଜ ଅଭିନେତା-ନିର୍ମାତା ନାଗେନ୍ଦ୍ର ବାବୁଙ୍କ ପୁଅ। ବରୁଣ ହେଉଛନ୍ତି ଚିରଞ୍ଜୀବୀ ଏବଂ ପୱନ କଲ୍ୟାଣଙ୍କ ପୁତୁରା। ୨୦୧୨ ଚଳଚ୍ଚିତ୍ର ‘ଅନ୍ଦାଲା ରାକ୍ଷସୀ’ ସହିତ ଲବନ୍ୟାଙ୍କ ତେଲୁଗୁ ସିନେମାରେ ପ୍ରବେଶ କରିଥିଲେ। ଖବର ଅନୁଯାୟୀ ଏହି ଯୋଡି ୨୦୧୭ ଚଳଚ୍ଚିତ୍ର ‘ମିଷ୍ଟର’ର ସେଟରେ ସାକ୍ଷାତ ହୋଇଥିଲେ । ଶେଷରେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡିଥିଲେ।

   Related Posts