Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ୍, ଓ୍ୱେବସାଇଟରେ ଆସୁଛି ଆଇଟି ଆକ୍ଟ ମେସେଜ୍
  • ||
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ବେକାରୀରେ LPG ମୂଲ୍ୟ ବୃଦ୍ଧିକୁ ନେଇ ପୁଣି ନିଜ ସରକାରଙ୍କୁ ଘେରିଲେ ବରୁଣ ଗାନ୍ଧି, ଜାଣନ୍ତୁ tweet ରେ ଲେଖିଛନ୍ତି କ’ଣ?

6/07/2022 at 7:22 PM

ଲକ୍ଷ୍ନୌ ୬।୭: ବିଜେପି ଲୋକସଭା ସାଂସଦ ବରୁଣ ଗାନ୍ଧି ବୁଧବାର ମୂଲ୍ୟବୃଦ୍ଧିକୁ ନେଇ ପୁଣି କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି। ଦେଶରେ ବେକାରୀ ଚରମରେ ଥିବା ବେଳେ ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧୦୫୦କୁ ପହଞ୍ଚିଛି। ସାରା ବିଶ୍ୱରେ କେବଳ ଭାରତୀୟମାନେ ଉଚ୍ଚ ମୂଲ୍ୟରେ ଗ୍ୟାସ୍‌ କ୍ରୟ କରୁଥିବା ବରୁଣ ଉଲ୍ଲେଖ କରିଛନ୍ତି। ଭାରତରେ କନେକ୍ସନ କଷ୍ଟ ୧୪୫୦ରୁ ବଢ଼ି ୨୨୦୦ ଟଙ୍କାକୁ ପହଞ୍ଚିଥିବା ବେଳେ ସିକ୍ୟୁରିଟି ୨୯୦୦ ଟଙ୍କା ବଦଳେ ୪ହଜାର ୪୦୦ ଟଙ୍କାକୁ ପହଞ୍ଚିଛି। ରେଗୁଲେଟର ମଧ୍ୟ ୧୦୦ ଟଙ୍କା ମହଙ୍ଗା ହୋଇଯାଇଛି ବୋଲି କହିଛନ୍ତି।

ବରୁଣ ଏ ନେଇ ଏକ ଟ୍ୱିଟ୍‌ କରିଥିବା ବେଳେ ଗରୀବର ରୋଷେଇ ଘର ପୁଣି ଧୂଆଁରେ ଭରିଥିବା ଉଲ୍ଲେଖ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦେଶରେ ତୈଳ କମ୍ପାନୀମାନେ ବୁଧବାର ପୁଣି ଥରେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ବୃଦ୍ଧି କରିଛନ୍ତି। ଫଳରେ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ୧୦୫୦ ଟଙ୍କାକୁ ପହଞ୍ଚିଛି। ସିଲିଣ୍ଡର ପିଛା ୫୦ ଟଙ୍କା ମହଙ୍ଗା ହୋଇଛି। ଫଳରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଗ୍ୟାସ ପ୍ରତି ସିଲିଣ୍ଡର ଦର ଏବେ ୧୦୫୩ ଟଙ୍କାକୁ ପହଞ୍ଚିଛି।

ଏହି ମୂଲ୍ୟ ବୃଦ୍ଧିରେ କେବଳ ୧୪.୨ କେଜି ସିଲିଣ୍ଡର ନୁହେଁ ୫ କେଜିର ଛୋଟ ଘରୋଇ ସିଲିଣ୍ଡର ଦର ମଧ୍ୟ ବଢିଛି। ପ୍ରତି ୫ କେଜିଆ ସିଲିଣ୍ଡର ମୂଲ୍ୟରେ ୧୮ ଟଙ୍କା ବୃଦ୍ଧି ହୋଇଛି। ତେବେ ତୈଳ କମ୍ପାନୀମାନେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ହ୍ରାସ କରିଛନ୍ତି। କମର୍ସିଆଲ ସିଲିଣ୍ଡର ପିଛା ୮ଟଙ୍କା ୫୦ ପଇସା ହ୍ରାସ ହୋଇଛି। ତେବେ ଏହି ମୂଲ୍ୟ ହ୍ରାସ ଏପରି ଗ୍ୟାସ ଉପଭୋକ୍ତାଙ୍କ ଲାଗି ମଧ୍ୟ ସେତେଟା ଅସ୍ୱସ୍ତିକର ନୁହେଁ। ତେବେ କିଛି ଦିନ ପୂର୍ବେ କମର୍ସିଆଲ ସିଲିଣ୍ଡର ପିଛା ୧୯୮ ଟଙ୍କା ହ୍ରାସ କରାଯାଇଥିଲା। ଯାହା ଗ୍ରାହକଙ୍କୁ ଆଶ୍ୱସ୍ତ କରିଥିଲା।  

   Related Posts