Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୂଆ ସଂସଦ ଭବନ ଉଦଘାଟନ; ଚର୍ଚ୍ଚାରେ ମାଆ ମେନକା ଗାନ୍ଧୀଙ୍କ ସହ ବରୁଣ ଗାନ୍ଧୀଙ୍କ ସେଲ୍ଫି, ଟ୍ବିଟ୍‌ କରି ଲେଖିଲେ…

28/05/2023 at 10:21 PM

Varun Gandhi

ନୂଆଦିଲ୍ଲୀ, ୨୮/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ଅବସରରେ ବିଜେପି ସାଂସଦ ବରୁଣ ଗାନ୍ଧୀ ନୂଆ ସଂସଦ ଭବନରୁ ନିଜ ମାଆ ମେନକା ଗାନ୍ଧୀଙ୍କ ସହ ଦୁଇଟି ସେଲ୍‌ଫି ଶେୟାର କରିଛନ୍ତି।

ବରୁଣ ଟ୍ବିଟ୍‌ କରିଛନ୍ତି ଯେ, ‘‘ନୂଆ ସଂସଦ ପରିସରର ଉଦଘାଟନର ଏହି ଐତିହାସିକ ଅବସରରେ ମୁଁ ବର୍ତ୍ତମାନ ଲୋକସଭାର ସବୁଠୁ ବରିଷ୍ଠ ସଦସ୍ୟଙ୍କ ସହ କିଛି ସେଲ୍ଫି।’’ ସୂଚନାଥାଉ ବରୁଣ ଗାନ୍ଧୀ ଉତ୍ତର ପ୍ରଦେଶର ପୀଲୀଭୀତରୁ ସାଂସଦ ଅଛନ୍ତି ଏବଂ ତାଙ୍କ ମାଆ ସୁଲତାନପୁରରୁ ସାଂସଦ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସକାଳେ ଭବ୍ୟ ସମାରୋହରେ ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି। ଯେଉଁଥିରେ ୨୫ ଦଳ ଯୋଗଦେଇଥିଲେ। ସେହିପରି ୨୦ ବିରୋଧୀ ଦଳ ଉଦଘାଟନୀକୁ ବହିଷ୍କାର କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ରାଜନୀତିକ ଫାଇଦା ପାଇଁ କେନ୍ଦ୍ରର ମୋଦୀ ସରକାର ଇତିହାସକୁ ଖରାପ କରିବାକୁ ଚେଷ୍ଟା କରୁଛି। ଏହି ସବୁ ଦଳଙ୍କୁ ଏହା ମଧ୍ୟ କହିବା ଥିଲା ଯେ ରାଷ୍ଟ୍ରପତି ଏହାର ଉଦଘାଟନ କରିବା ଦରକାର।

   Related Posts