କେବେ ବାପା ହେବେ ବରୁଣ ଧାୱନ ? ଫ୍ୟାମିଲି ପ୍ଲାନିଂକୁ ନେଇ ଏମିତି କହିଲେ ଅଭିନେତା
1/02/2023 at 7:57 AM

ମୁମ୍ଵାଇ ୦୧।୦୨: ଅଭିନେତା ବରୁଣ ଧାୱନ ପ୍ରାୟତଃ ତାଙ୍କ ବୃତ୍ତିଗତ ଜୀବନକୁ ନେଇ ଲାଇମ୍ଲାଇଟ୍ରେ ରୁହନ୍ତି। ହେଲେ ବର୍ତ୍ତମାନ ବ୍ୟକ୍ତିଗତ ଜୀବନ ବିଷୟରେ ଏବେ ଖୁବ୍ ଚର୍ଚ୍ଚାରେ। ସେ ତାଙ୍କର ଦୀର୍ଘ ସମୟର ଗର୍ଲଫ୍ରେଣ୍ଡ ନତାଶାଙ୍କୁ ଦଲାଲଙ୍କୁ ବିବାହ କରିଥିଲେ। ସେମାନଙ୍କ ବିବାହକୁ ଦୁଇ ବର୍ଷ ବିତିଗଲାଣି । ବର୍ତ୍ତମାନ ଫ୍ୟାମିଲି ପ୍ଲାନିଂ ସମ୍ପର୍କରେ ଅଭିନେତା ପ୍ରତିକ୍ରିୟା ଦେଇଛନ୍ତି।
ନିକଟରେ ଏକ ଇଭେଣ୍ଟ ସମୟରେ ଯେତେବେଳେ ବରୁଣଙ୍କୁ ଫ୍ୟାମିଲି ପ୍ଲାନିଂ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ବହୁତ ମଜାଳିଆ ଉତ୍ତର ଦେଇଥିଲେ। ପ୍ଲାନିଂକୁ ନେଇ ପ୍ରଥମେ ବରୁଣ ଧାୱନ ହସିବାକୁ ଲାଗିଲେ। ତା’ପରେ ସେ କହିଲା- ‘ମୁଁ ଘରକୁ ଯାଇ ଯୋଜନା ଆରମ୍ଭ କରିବା ପାଇଁ ମୋ ପତ୍ନୀଙ୍କ ସହ କଥାବାର୍ତ୍ତା କରେ।’ ବରୁଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସେମାନେ ୨୪ଜାନୁଆରୀ ୨୦୨୧ରେ ବିବାହ କରିଥିଲେ। ବରୁଣ ଆଲିବାଗରେ ବିବାହ କରିଥିଲେ। ସେମାନଙ୍କ ବିବାହରେ କେବଳ ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟମାନେ ଯୋଗ ଦେଇଥିଲେ।
ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ବରୁଣ ଶେଷଥର ପାଇଁ ଭେଡିଆରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରରେ କ୍ରିତି ସାନନଙ୍କୁ ତାଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଏବେ ବରୁଣ ଜାହ୍ନବୀ ଫିଲ୍ମ ବବଲାରେ ଧମାଲ କରିବେ। ଯାହା ୭ ଏପ୍ରିଲରେ ମୁକ୍ତିଲାଭ କରିବ । କିନ୍ତୁ ଏବେ ଖବର ଆସିଛି ଯେ ଫିଲ୍ମର ରିଲିଜ ତାରିଖକୁ ସ୍ଥଗିତ ରଖାଯାଇଛି। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ।