‘Stree-2’ରୁ ରାଜକୁମାର ଆଉଟ୍‌ ! ଲିଡ୍‌ରେ ନଜର ଆସିବେ ବରୁଣ

Published By : Prameya-News7 Bureau | November 30, 2022 IST

ମୁମ୍ଵାଇ ୩୦।୧୧: ବରୁଣ ଧାୱନ ଏବଂ କ୍ରିତି ସାନନ। ଦୁହେଁ ତାଙ୍କ ଫିଲ୍ମ 'ଭେଡିଆ'କୁ ନେଇ ଚର୍ଚ୍ଚାରେ ଅଛନ୍ତି।  ବକ୍ସ ଅଫିସରେ ଦିନକୁ ଦିନ ଭଲ ବ୍ୟବସାୟ କରୁଛି। ଅମର କୌଶିକଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ରାଜକୁମାର ରାଓଙ୍କ ସୁପରହିଟ୍ ଫିଲ୍ମ 'ସ୍ତ୍ରୀ' ସହିତ ଜଡିତ ଅଛି। କାହିଁକି ନା ଯେତେବେଳେ ଠୁମକେଶ୍ଵରୀ ରିଲିଜ୍‌ ହେଲା ଶ୍ରଦ୍ଧା କପୁରଙ୍କ ଏଣ୍ଟ୍ରି କରାଯାଇଥିଲା । ଯାହାକୁ ଦେଖିବା ପରେ ଫ୍ୟାନ୍ସମାନେ ବୁଝିଯାଇଥିଲେ। ତେବେ ଚଳଚ୍ଚିତ୍ରରେ ଅମର କୌଶିକଙ୍କୁ 'ସ୍ତ୍ରୀ' ଏବଂ 'ଭେଡିଆ' ଏକାଠି କରୁଥିବା ଦେଖିବାକୁ ମିଳିଛି।

ବରୁଣ ଧାୱନ ପ୍ରକୃତରେ 'ସ୍ତ୍ରୀ-୨'ରେ ମୁଖ୍ୟ ଭୂମିକାରେ ନଜର ଆସିବେ କି? କହିବାକୁଗଲେ ଫିଲ୍ମର ପ୍ରଥମ ଭାଗ ଏକ ବ୍ଲକବଷ୍ଟର ହିଟ୍ ହୋଇଥିଲା । ଏବଂ ସେବେଠାରୁ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ପାଇଁ ଟ୍ରେଣ୍ଡ ଅଛି। 'ସ୍ତ୍ରୀ'ର ପାର୍ଟ-୨ରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ବିଷୟରେ ବରୁଣ ଧାୱନ କହିଛନ୍ତି- ଭାସ୍କର (ଭେଡ଼ିଆରେ ବରୁଣଙ୍କ ଚରିତ୍ରର ନାମ) ସ୍ତ୍ରୀ-୨ରେ ରହିବ କି ନାହିଁ ମୁଁ ଜାଣେ ନାହିଁ।

ଦୀନେଶ ବିଜାନ ଏବଂ ଅମର କୌଶିକଙ୍କ ସୁପରହିଟ ଫିଲ୍ମର ଫ୍ରାଞ୍ଚାଇଜରେ ଯୋଗଦେବା ବିଷୟରେ ବରୁଣ ଧାୱନ କହିଛନ୍ତି, 'ଦିଲୱାଲେ ପରେ ମୁଁ କ୍ରିତି ସାନନଙ୍କ ସହ କାମ କରି ମଜା ଆସିଲା। ମୁଁ ଖୁସି ଯେ ସମସ୍ତ ପ୍ରକାରର ଚରିତ୍ରରେ ଦର୍ଶକ ମୋତେ ପସନ୍ଦ କରୁଛନ୍ତି। ଭାବୁଛି ଇଣ୍ଡଷ୍ଟ୍ରି ପାଇଁ ଏହା ଏକ ବଡ କଥା। ସବୁ ପ୍ରକାରର ଫିଲ୍ମ ପରଦାକୁ ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.