ଡିସେମ୍ବରରେ ବିବାହ କରିବେ ବରୁଣ ଧଓ୍ବନ

Published By : Prameya-News7 Bureau | March 09, 2019 IST

ମୁମ୍ବାଇ ୯/୩: ବଲିଉଡ ଅଭିନେତା ବରୁଣ ଧଓ୍ବନ ଫିଲ୍ମ ଏବଂ କାମ ବ୍ୟତୀତ ଯେଉଁଥିପାଇଁ ସବୁବେଳେ ବେଶୀ ଚର୍ଚ୍ଚାରେ ରହିଥାଆନ୍ତି ତାହା ହେଲା ନତାଶା ଦଲାଲଙ୍କ ସହ ତାଙ୍କର ରିଲେସନସିପ୍। ସୂଚନା ମିଳିଛି ଯେ ବରୁଣ ଏବଂ ନତାଶା ଏହି ବର୍ଷ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ। କିନ୍ତୁ ଏହି ବିଷୟରେ ଦୁଇ ଜଣଙ୍କଠୁ କୈାଣସି ପ୍ରକାରର ସୂଚନା ମିଳିନାହିଁ।

{"id":91917,"width":595,"height":334}

ଆରମ୍ଭରୁ ବରୁଣ ଓ ନତାଶା ଏକାଠି ଖୁବ୍ କମ୍ ଦେଖିବାକୁ ମିଳୁଥିଲେ କିନ୍ତୁ କିଛି ଦିନ ପରେ ସେମାନଙ୍କୁ ଅଧିକାଂଶ ସମୟରେ ଏକାଠି ଦେଖିବାକୁ ମିଳିଥିଲା ଏବଂ ସୋଶିଆଲ ମିଡିଆରେ ମଧ୍ୟ ଉଭୟଙ୍କ ଫଟୋ ସେୟାର ହେବାକୁ ଲାଗିଥିଲା। କଫି ଓ୍ବିଥ କରଣ ଶୋ ରେ ବରୁଣ ତାଙ୍କର ନତାଶାଙ୍କ ସହ ସମ୍ପର୍କ ବିଷୟରେ ଖୋଲି କହିଥିଲେ। ଶୋ ରେ ବରୁଣ କହିଥିଲେ ସେ ନତାଶାଙ୍କୁ ବିବାହ କରିବେ ବୋଲି ପ୍ଲାନ୍ କରୁଛନ୍ତି।

{"id":91918,"width":596,"height":432}

କାମ କଥା କହିବା ଯଦି ବରୁଣଙ୍କ ‘କଲଙ୍କ’ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି। ଅପ୍ରେଲ୍ ୧୭ତାରିଖରେ ‘କଲଙ୍କ’ ରିଲିଜ ହେବାକୁ ଯାଉଛି। ବର୍ତ୍ତମାନ ଏହାର ମାର୍କେଟିଙ୍ଗ୍ ଏବଂ ପ୍ରମୋସନ୍ ଜୋର ସୋରରେ ଚାଲିଛି। ଫିଲ୍ମର କେତେକ ପୋଷ୍ଟର ରିଲିଜ ହୋଇସାରିଛି। ଏହି ପୋଷ୍ଟରରେ ଫିଲ୍ମର ସମସ୍ତ ଷ୍ଟାରଙ୍କ ଫଟୋ ରିଭିଲ୍ କରାଯାଇଛି। ଅଭିଷେକ ବର୍ମନ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

{"id":91919,"width":595,"height":436}

ପାଖାପାଖି ୮୦କୋଟି ଟଙ୍କାର ବଜେଟରେ ହେଉଥିବା ଏହି ଫିଲ୍ମକୁ କରଣ ଜୋହର ଏବଂ ସାଜିଦ ନଦିଓ୍ବାଦଓ୍ବାଲା ପ୍ରଡ୍ୟୁସ୍ କରୁଛନ୍ତି। ଏହି ଫିଲ୍ମରେ ଆଲିୟା ଭଟ୍ଟ,ବରୁଣ ଧଓ୍ବନ,ଆଦିତ୍ୟ ରାୟ କପୁର,ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦୀକ୍ଷିତ ଭଳି ଲୋକପ୍ରିୟ ଷ୍ଟାର କାମ କରୁଛନ୍ତି। ବରୁଣ ଏବଂ ଆଲିୟାଙ୍କ ଏବେ ଯାଏଁ ବକ୍ସ ଅଫିସରେ ହିଟ୍ ରହିଛି। ଦେଖିବାକୁ ବାକି ରହିଲା ଏହି ଫିଲ୍ମ ସିଲଭର ସ୍କ୍ରିନରେ କେତେ କମାଲ କରୁଛି।

{"id":91920,"width":593,"height":445}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.