ମୁମ୍ବାଇ ୨୬/୪: କରୋନା ସହ ଲଢ଼ିବାରେ ସରକାରଙ୍କ ସହ ବଲିଉଡ ଏବଂ ଟିଭି ଷ୍ଟାର ମଧ୍ୟ ଆର୍ଥିକ ସାହାଯ୍ୟ ପାଇଁ ନିଜ ହାତ ଆଗକୁ ବଢ଼ାଉଛନ୍ତି। ଶାହରୁଖ ଖାନ୍,ଅକ୍ଷୟ କୁମାର,ଅମିତାଭ ବଚ୍ଚନ,ସଲମାନ ଖାନଙ୍କ ସହ ଅନେକ ଅଭିନେତା ଆଗେଇ ଆସି ଆର୍ଥିକ ସାହାଯ୍ୟ କରିଛନ୍ତି। ସେହିପରି ବଲିଉଡର ୟଙ୍ଗ୍ ଆକ୍ଟର ବରୁଣ ଧଓ୍ବନ ନିଜ ଜନ୍ମଦିନ ଅବସରରେ ପାର୍ଟି କରିବା ପରିବର୍ତେ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ।
wp:core-embed/twitter {"url":"https://twitter.com/ashokepandit/status/1253628618720243713","type":"rich","providerNameSlug":"twitter","className":""} /wp:core-embed/twitterଫେଡେରେସନ୍ ଅଫ୍ ଓ୍ବେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇସର ଅଧ୍ୟକ୍ଷ ଅଶୋକ ପଣ୍ଡିତ ଟ୍ବିଟରରେ ବରୁଣ ଧଓ୍ବନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ବରୁଣ ଧଓ୍ବନ ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ସେ ବରୁଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ୩୨ଶିଳ୍ପ ସହ ସମ୍ବନ୍ଧିତ ପାଖାପାଖି ୫ଲକ୍ଷ ସିନେ ଶ୍ରମିକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
{"id":260287,"sizeSlug":"large"}ଏହା ପୂର୍ବରୁ ବରୁଣ ୫୫ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିଲେ। କରୋନା ଯୁଦ୍ଧ ପାଇଁ ସେ ମହାରାଷ୍ଟ୍ର ସିଏମ୍ ରିଲିଫ ଫଣ୍ଡରେ ୨୫ଲକ୍ଷ ଟଙ୍କା ଏବଂ ପିଏମ୍ କେୟାର୍ସ ଫଣ୍ଡରେ ୩୦ଲକ୍ଷ ଟଙ୍କା ଦେଇଥିଲେ। ଏହା ବ୍ୟତୀତ ସେ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି। କାମ କଥା କହିବା ଯଦି ବରୁଣ ଧଓ୍ବନ ଖୁବ୍ ଶୀଘ୍ର କୁଲି ନମ୍ବର ୧ ଏବଂ ମିଷ୍ଟର ଲେଲେ ରେ ନଜର ଆସିବେ।
{"id":260290,"sizeSlug":"large"}