ଭୁବନେଶ୍ୱର ୧୭/୧୨: ଅନୁଭବଙ୍କ ବର ବେଶ ଫଟୋ ଭାଇରାଲ ପରେ ମୁହଁ ଖୋଲିଛନ୍ତି ପତ୍ନୀ ବର୍ଷା ପ୍ରୟିଦର୍ଶିନୀ । ଅନୁଭବଙ୍କ ସହ ପାରିବାରିକ ବିବାଦ ପ୍ରସଙ୍ଗରେ ତାଙ୍କ ନାଁରେ ଚର୍ଚ୍ଚା ହେବା ପରେ ରଖିଛନ୍ତି ପ୍ରତିକ୍ରିୟା ।
wp:html/wp:htmlଗୋଟେ ନାରି କୁ ଦୁଇ ବର୍ଷ ହେଇଗଲା ତା ପଛରେ ଲାଗିଛନ୍ତି ତାକୁ କେମିତି ବଦନାମ ଆଉ କେମିତି ତଳକୁ ଖସେଇବେ ତାକୁ ବର୍ବାଦ କରିବାକୁ ସବୁ ପ୍ରକାର ପ୍ରୟାସ କରି ସାରିଲେଣି 👍
— Varsha Priyadarshini Fans Love (@ForeverVarsha) December 17, 2022
ତାର କଣ ଅଧିକାର ନାହିଁ ସମାଜ ରେ ମୁଣ୍ଡ ଉଥେଇକି ବଞ୍ଚିବାକୁ ସେ ନାରୀ ବୋଲି କଣ ମୁଣ୍ଡ ତଳକୁ କରି ସବୁ ଦୁଃଖ କଷ୍ଟ ସହିକି ରହିବ କେବେବି ପ୍ରତିବାଦ pic.twitter.com/pA3QZIa4kv
ବର୍ଷାଙ୍କ ଫ୍ୟାନ କ୍ଲବରେ ସେୟାର ହୋଇଛି ବର୍ଷାଙ୍କ ଟ୍ୱିଟ୍ । ସେ କହିଛନ୍ତି ଦୁଇ ବର୍ଷ ହୋଇଗଲା ଗୋଟେ ନାରୀ ପଛରେ ଲାଗିଛନ୍ତି । କେମିତି ଆଉ କେତେ ବଦ୍ନାମ କରିବ, କେତେ ତଳକୁ ଖସେଇବ, ବର୍ବାଦ କରିବାକୁ ସବୁ ପ୍ରକାର ପ୍ରୟାସ କରି ସାରିଲେଣି । ମୋର କଣ ଅଧିକାର ନାହିଁ ସମାଜରେ ମୁଣ୍ଡ ଉଠେଇକି ବଞ୍ଚିବାକୁ ସେ ନାରୀ ବୋଲି କଣ ମୁଣ୍ଡ ତଳକୁ କରି ସବୁ ଦୁଃଖ କଷ୍ଟ ସହିବ । କେବେବି ପ୍ରତିବାଦ କରିବନି । ଏମିତି ବର୍ଷାଙ୍କ ପ୍ୟାନ କ୍ଲବରେ ସେୟାର ହୋଇଛି ଫଟୋ ।
ସୂଚନା ଥାଉକି, ଶୁକ୍ରବାର ଅନୁଭବଙ୍କ ବର ବେଶର ଫଟୋ ସୋସିଆଲ ମିଡିଆରେ ହୋଇଥିଲା ଭାଇରାଲ୍ । ଏମିତିକି ଅନୁଭବ କୁଆଡେ ଦ୍ୱିତୀୟ ବିବାହ କରିବେ ବୋଲି ଚର୍ଚ୍ଚା ବି ହୋଇଥିଲା । ଏପ୍ରସଙ୍ଗରେ ବର୍ଷାଙ୍କ ନାଁ ବି ଯୋଡା ହୋଇଥିଲା । ଯାହାକୁ ନେଇ ପ୍ରତିକ୍ରିୟା ଶୀଳ ହୋଇପଡିଛନ୍ତି ବର୍ଷା ।