ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା, କୋର୍ଟରେ ହାଜର ହେଲେ ଅଭିନେତ୍ରୀ

Published By : Prameya-News7 Bureau | December 19, 2022 IST

କଟକ ୧୯/୧୨: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । କଟକ ପାରିବାରିକ କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଆଜି ହେବ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ। ବର୍ଷାଙ୍କୁ ହାଜର ହେବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ପରିବାର ଅଦାଲତ ।

ସୂଚନା ଥାଉକି, ଗତ ଦୁଇ ବର୍ଷ ଧରି କୋର୍ଟରେ ଚାଲିଛି ଉଭୟଙ୍କ ପାରିବାରିକ ମାମଲା । ମାମଲା ଏବେ ବିଚରାଧୀନ ରହିଛି । ଗତ ଅକ୍ଟୋବର ମାସରେ ହାଜର ହୋଇଥିଲେ ଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା ଏବଂ ଅନୁଭବ । ପୂର୍ବ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କୁ ଜେରା ହୋଇଥାନ୍ତା ।

କିନ୍ତୁ ସାକ୍ଷୀ ତାଲିକା ସମେତ ଆହୁରି ଅନେକ ଆବଶ୍ୟକୀୟ ଦସ୍ତାବିଜ ଅନୁଭବଙ୍କୁ ଦେବାଲାଗି ପୂର୍ବରୁ ଫାମିଲି କୋର୍ଟ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହା କାର୍ଯ୍ୟକାରୀ ନହେବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ଆବଶ୍ୟକୀୟ ଦସ୍ତାବିଜ ଅନୁଭବଙ୍କୁ ଦେବାଲାଗି ବର୍ଷାଙ୍କୁ ପୁଣି ନିର୍ଦ୍ଦେଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.