ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା, କାଉନସେଲିଂ ପାଇଁ ହାଜର ହେଲେ ଷ୍ଟାର ଦମ୍ପତ୍ତି
25/09/2023 at 3:01 PM

କଟକ ୨୫/୦୯: ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା । ଏସ୍ ଡିଜେଏମ୍ ଅଦାଲତରେ ହଜାର ହେଲେ ଷ୍ଟାର ଦମ୍ପତ୍ତି । ଉଭୟଙ୍କ କାଉନସେଲିଂ ପାଇଁ ଡାକିଛନ୍ତି କୋର୍ଟ । ଘରୋଇ ହିଂସାର ଅଭିଯୋଗ ଆଣି ମାମଲା ଦାୟର କରିଛନ୍ତି ବର୍ଷା ।
ସୂଚନା ଥାଉକି, କୋର୍ଟରେ ହାଜର ହୋଇଛନ୍ତି ବର୍ଷା ଓ ଅନୁଭବ । ଘରୋଇ ହିଂସା ମାମଲାରେ କୋର୍ଟରେ ଚାଲିଛି କାଉନସେଲିଂ । କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ । ଘରୋଇ ହିଂସା ମାମଲାରେ କୋର୍ଟରେ ଚାଲିଛି କାଉନସେଲିଂ । ବର୍ଷା ଘରୋଇ ହିଂସା ନେଇ ଅଭିଯୋଗ ଆଣିଥିଲେ । ଏ ନେଇ କୋର୍ଟରେ ବର୍ଷା ଓ ଅନୁଭବଙ୍କୁ କାଉନସେଲିଂ କରାଯାଉଛି । ଏବେ ମାମଲା କୋର୍ଟରେ ବିଚାରଧୀନ ଅଛି ।
ପୂର୍ବରୁ ଫ୍ୟାମିଲି କୋର୍ଟ ବିବାହ ବିଚ୍ଛେଦ ଆବେଦନ ଖାରଜ କରିସାରିଛନ୍ତି । ଗତ ଶୁକ୍ରବାର ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତି ପାରିବାରିକ ମାମଲା ଭିନ୍ନ ମୋଡ ନେଇଥିଲା । ଅଦାଲତି ଲଢେଇରେ ସାଂସଦ ଆନୁଭବଙ୍କୁ ଲାଗିଥିଲା ଝଟକା । କଟକ ଫ୍ୟାମିଲି କୋର୍ଟରେ ଅନୁଭବଙ୍କ ଦ୍ୱାରା ଦାୟର କରିଥିବା ଛାଡ଼ପତ୍ର ଆବେଦନ ଖାରଜ କରିଦେଇଛନ୍ତି ।
ଏହା ସହିତ ବର୍ଷାଙ୍କ ଆବେଦନକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଛନ୍ତି । ବର୍ଷା ପ୍ରିୟଦର୍ଶନୀଙ୍କୁ ଛାଡ଼ପତ୍ର ଦେବାଲାଗି ସାସଂଦ ଅନୁଭବ ମହାନ୍ତି ପ୍ରଥମେ ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ । ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବର୍ଷା । ପରେ ଏହି ମାମଲା କଟକ ଫାମିଲି କୋର୍ଟକୁ ସ୍ଥାନାନ୍ତର ହୋଇଛି ।
କଟକ ପରିବାର ଅଦାଲତରେ ପ୍ରାୟ ଏକ ବର୍ଷ ଧରି ମାମଲାର ଶୁଣାଣି ଜାରି ରହିଛି । ଯାହାର ରାୟ ଶୁକ୍ରବାର ଫ୍ୟାମିଲି କୋର୍ଟ ରାୟ ପ୍ରକାଶ କରିଛନ୍ତି । ତେବେ ପରିବାର ଅଦାଲତଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ । ଅନ୍ୟପଟେ କୋର୍ଟଙ୍କ ରାୟକୁ ନେଇ ବର୍ଷା ପ୍ରିୟଦର୍ଶନୀଙ୍କ ଓକିଲଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।