ଭାଷାକୁ ନେଇ ଅଡୁଆ ପରିସ୍ଥିତି, କୋର୍ଟରେ ଜେରା ସମୟରେ ଓକିଲଙ୍କ କଥା ବୁଝିପାରିଲେନି ବର୍ଷା
19/12/2022 at 3:58 PM

କଟକ ୧୯/୧୨: ଭାଷାକୁ ନେଇ ସୃଷ୍ଟି ହେଲା ଅଡୁଆ ପରିସ୍ଥିତି । ଷ୍ଟାର ଦମ୍ପତ୍ତି ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ବେଳେ ଆଜି ଏହି ସମସ୍ୟା ମୁଣ୍ଡ ଟେକିଛି ।
ଅଭିନେତ୍ରୀ ବର୍ଷା ଇଂରାଜୀ ବୁଝି ନପାଇବାରୁ ତାଙ୍କୁ ଠିକରେ ଜେରା କରି ହେଲାନାହିଁ ବୋଲି କହିଛନ୍ତି ପ୍ରତିପକ୍ଷ ଓକିଲ ତଥା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଗୀତା ଲୁଥ୍ରା । ତେଣେ ବର୍ଷାଙ୍କ ଓକିଲ କହିଛନ୍ତି ଯେ ପ୍ରତିପକ୍ଷ ତାଙ୍କୁ କେତେକ ଆପତ୍ତି ଜନକ ପ୍ରଶ୍ନ କରିଛନ୍ତି । ଯାହା ଆଇନତଃ ଗ୍ରହଣୀୟ ନୁହେଁ । ଏଭଳି ଆରୋପ ଏବଂ ପ୍ରତ୍ୟାରୋପ ଭିତରେ ଆଜି ପାଇଁ ଜେରା ପ୍ରକ୍ରିୟା ଶେଷ ହୋଇଛି ।
ଆସନ୍ତା କାଲି ପୁଣିଥରେ ଜେରା ପାଇଁ ବର୍ଷାଙ୍କୁ ଫ୍ୟାମିଲି କୋର୍ଟରେ ହାଜର ହେବା ଲାଗି ନିର୍ଦେଶ ହୋଇଛି । ବର୍ଷାଙ୍କୁ ଛାଡ଼ପତ୍ର ଦେବାପାଇଁ ଅନୁଭବ ଯେଉଁ ଆବେଦନ କରିଛନ୍ତି, ତା ଉପରେ ଏବେ ବର୍ଷା କୋର୍ଟରେ ହଜାର ହୋଇ ଜେରାର ସମ୍ମୁଖୀନ ହେଉଛନ୍ତି ।