ଅନନ୍ୟ ବିବାହ କାର୍ଡ; ଝଡିବା ପତ୍ରରେ କାର୍ଡ ତିଆରି କରୁଛନ୍ତି ଯୁବକ

Published By : Prameya-News7 Bureau | February 09, 2024 IST

ନୂଆଦିଲ୍ଲୀ ୦୯।୦୨: ସାଧାରଣତଃ ସମସ୍ତେ ବିବାହ କାର୍ଡ ଦେଖିଥିବେ । ଏହାକୁ ଭିନ୍ନ ଭିନ୍ନ ଡିଜାଇନ୍‌ରେ ତିଆରି କରାଯାଏ । କିନ୍ତୁ ଏବେ ଏକ ଅନନ୍ୟ ବିବାହ କାର୍ଡ ସାମ୍ନାକୁ ଆସିଛି । ଯାହାକୁ ତିଆରି କରିଛନ୍ତି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର  ।

ବିଏଚୟୁର ଫାଇନ୍‌ ଆର୍ଟର ଷ୍ଟୁଡେଣ୍ଡ ସତୀସ୍‌ ବର୍ତ୍ତମାନ କ୍ୟାମ୍ପସ୍‌ରେ ଲାଗିଥିବା ଗଛର ପତ୍ରକୁ ସଂଗ୍ରହ କରୁଛନ୍ତି । ଆଉ ଏହି ପତ୍ରରେ ହିଁ ସେ ନିଜର ବିବାହ କାର୍ଡ ପ୍ରସ୍ତୁତ କରୁଛନ୍ତି । ସତୀସ୍‌ ରଙ୍ଗ ଏବଂ ବ୍ରଶ ସାହାଯ୍ୟରେ ପତ୍ରରେ ପ୍ରଭୁ ଗଣେଶଙ୍କ ସୁନ୍ଦର ଚିତ୍ର ସ୍ବସ୍ତିକ୍‌ ଏବଂ ଓମ୍ ତିଆରି କରୁଛନ୍ତି ।

ଏହାବ୍ୟତୀତ ପତ୍ରରେ ନିର୍ମିତ କାର୍ଡରେ ଶୁଭ ବିବାହ ସହିତ ବର-ବଧୂଙ୍କ ନାଁ ଏବଂ ବିବାହ ତାରିଖ ଲେଖାଯାଇଛି । ସତୀଶଙ୍କ ବିବାହ ୪ ମାର୍ଚ୍ଚ ୨୦୨୪ରେ ହେବାକୁ ଯାଉଛି । ଆଉ ନିମନ୍ତ୍ରଣ ଦେବା ପାଇଁ ତାଙ୍କୁ ୨୫୦ କାର୍ଡ ଆବଶ୍ୟକ । ବର୍ତ୍ତମାନ ଯାଏଁ  ସେ ୧୦୦ଟି କାର୍ଡ ତିଆରି କରିଛନ୍ତି  ।

 ସତୀଶ କାର୍ଡ ତିଆରି କରିବା ପାଇଁ ନିମ୍ବ, ବରଗଛ ଏବଂ ମହୁଲ ପତ୍ର ବ୍ୟବହାର କରିଛନ୍ତି । ସତୀଶଙ୍କ କହିବା କଥା ହେଉଛି ରାଜା-ମହାରାଜା ମାନେ ସେମାନଙ୍କ ବାର୍ତ୍ତା ପଠାଇବାକୁ ଗଛର ଶୁଖିଲା ପତ୍ର ବ୍ୟବହାର କରୁଥିଲେ । ତେବେ ସତୀଶଙ୍କ ଏହି ପତ୍ର କାର୍ଡ ଖୁବ୍‌ ଚର୍ଚ୍ଚାରେ ।

You Can Read:

wp:embed {"url":"https://www.prameyanews7.com/why-is-snake-s-blood-so-cold-how-does-it-keep-itself-warm/","type":"wp-embed","providerNameSlug":"prameya-news-7"}
https://www.prameyanews7.com/why-is-snake-s-blood-so-cold-how-does-it-keep-itself-warm/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.