ଗାର୍ଲଫ୍ରେଣ୍ଡଙ୍କ ଅୟସ୍ ପାଇଁ କରୁଥିଲେ ବ୍ୟାଙ୍କ ଡ଼କାୟତି, ପୋଲିସ ହାତରେ ପଡ଼ିଲେ ଧରା

Published By : Prameya-News7 Bureau | January 26, 2019 IST

ବାରଣାସୀ ୨୬/୧-  ଗାର୍ଲଫ୍ରେଣ୍ଡକୁ ଖୁସି କରିବାକୁ ବ୍ୟାଙ୍କ ଡ଼କାୟତି କରୁଥିବା ଡ଼କାୟତ ମାନେ ପୋଲିସ ହାତରେ ପଡ଼ିଛନ୍ତି ଧରା । ଭଲ ରେଷ୍ଟୁରାଣ୍ଟରେ ଖୁଆଇବା, ବିଭିନ୍ନ ଜିନିଷ ଗିପ୍ଟ କରିବା, ଦାମୀ ଡ଼୍ରେସ ପରଫ୍ୟୁମ କିଣିଦେବା ଆଦି ସୌକୀନ ଜିନିଷ କିଣିଦେବା ପାଇଁ ବ୍ୟାଙ୍କ ଡ଼କାୟତି କରିବା ମୂଖ୍ୟକାରଣ ବୋଲି ଗିରଫ ହୋଇଥିବା ଡ଼କାୟତମାନେ ସ୍ଵୀକାର କରିଛନ୍ତି ।

{"id":78504}

ଏହିଭଳି ଘଟଣା ଘଟିଛି ବାରଣାସୀର  ବଡ଼ ଲାଲପୁର ଅଂଚଳରେ । ସିଣ୍ଡିକେଟ ବ୍ୟାଙ୍କ ଡ଼କାୟତି ବେଳେ ସିସିଟିଭି ଫୁଟେଜ ଆଧାର କରି ପୋଲିସ ଅପରାଧୀଙ୍କୁ ଧରିଛି । ଅପରାଧୀମାନେ ଗ୍ୟାସ କଟରରେ ଲକର ଫିଟାଇବା ଦୃଶ୍ୟ କଏଦ ହୋଇଛି ସିସିଟିଭି ଫୁଟେଜରେ । କେବଳ ସିଣ୍ଡିକେଟ ବ୍ୟାଙ୍କ ନୁହେଁ , ଏହା ପୂର୍ବରୁ ବାରଣାସୀର ଷ୍ଟେଟବ୍ୟାଂକରେ ମଧ୍ୟ ଡ଼କାୟତି ହୋଇଥିବାର ରେକର୍ଡ଼ ରଖିଛି ପୋଲିସ ।

ଏହି ଡ଼କାୟତମାନେ ବିଭିନ୍ନ ବ୍ୟାଙ୍କରୁ ଡ଼କାୟତି କରିଥିଲେ । କିନ୍ତୁ ପୋଲିସ ଆଖିରେ ଧୂଳିଦେଇ ଖସିଯାଉଥିବା କଥା କହିଛନ୍ତି ଏଏସପି ଅମିତ କୂଲକର୍ଣ୍ଣି । ଏଏସପିଙ୍କ କହିବା ଅନୁସାରେ ଡ଼କାୟତମାନେ ରାତିରେ ବ୍ୟାଙ୍କରୁ ଲୁଟ କରୁଥିଲେ ଓ ସେମାନଙ୍କର ଗ୍ୟାଙ୍ଗ୍ ମଧ୍ୟ ଥିଲା ।

{"id":78505}

ସେମାନେ ଗାର୍ଲଫ୍ରେଣ୍ଡଙ୍କୁ ଖୁସି କରିବାକୁ  ବ୍ୟାଙ୍କ ଡ଼କାୟତି କରୁଥିବା ସ୍ଵୀକାର କରିଛନ୍ତି । ସେମାନେ ଗାର୍ଲଫ୍ରେଣ୍ଡକୁ ଖୁସି କରିବାକୁ ଅଧିକ ପରିମାଣରେ ଅର୍ଥ ଦରକାର ପଡ଼ୁତିବାରୁ ବ୍ୟାଙ୍କ ଡ଼କାୟତି କରୁଥିବା କଥା କହିଛନ୍ତି ।

{"id":78506}

ଗିରଫ ହୋଇଥିବା ଡ଼କାୟତମାନେ ମନୋଜ ପଟେଲ, ରୋହିତ ପଟେଲ, ଅମରଦୀପ ପଟେଲ ବୋଲି ଜଣାପଡ଼ିଛି । ପୋଲିସ ଗିରଫକରି ଡ଼କାୟତଙ୍କୁ କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.