ମହଙ୍ଗା ପଡ଼ିଲା ନମ୍ବର ପ୍ଲେଟରେ ଠାକୁର ଲେଖିବା, ଫର୍ଚୁନର ମାଲିକଙ୍କୁ ୨୮ହଜାର ଫାଇନ୍

Published By : Prameya-News7 Bureau | January 18, 2023 IST

ବାରଣାସୀ: ଗାଡ଼ି ନମ୍ବର ପ୍ଲେଟରେ ଠାକୁର ଲେଖିବା ପଡ଼ିଲା ମହଙ୍ଗା । ଟ୍ରାଫିକ୍ ନିୟମ ଭାଙ୍ଗି ତଣ୍ଡ ଗଣିଲେ କାର୍ ମାଲିକ୍ । ଫର୍ଚୁନର ମାଲିକଙ୍କୁ ୨୮ହଜାର ଟଙ୍କା ଜରିମାନା ଲଗାଇଛି ପୋଲିସ । ଏହା ସହିତ କାରକୁ ସିଜ୍ କରିଛି । ଏଭଳି ଘଟଣା ଉତ୍ତର ପ୍ରଦେଶର ବାରଣାସୀରୁ ସାମ୍ନାକୁ ଆସିଛି ।  

ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ବାରଣାସୀରେ ଫର୍ଚୁନର ଗାଡ଼ି ମାଲିକ ପୋଲିସକୁ ରୁବାବ୍ ଦେଖାଇବା ମହଙ୍ଗା ପଡ଼ିଛି । ଗାଡ଼ି ମାଲିକ କର୍ ନମ୍ବର ପ୍ଲେଟ୍ ଲାଗିବା ସ୍ଥାନରେ ଠାକୁର ଏବଂ ଫର୍ଚୁନରରେ ପୋଲିସ୍ ଲେଖିଥିଲେ । ବାରଣାସୀ ପୋଲିସ କାର୍ ଅଟକାଇବାରୁ, କାର୍ ମାଲିକ ଉତ୍ୟେକ୍ତ ପୋଲିସକୁ ଗାଳିଗୁଲଜ କରିଥିଲେ । ତେଣୁ ପୋଲିସ, ଟ୍ରାଫିକ୍ ନିୟମ ଭାଙ୍ଗିବା ଅପରାଧରେ ଫର୍ଚୁନର ମାଲିକଙ୍କୁ ୨୮ହଜାର ୫୦୦ ଟଙ୍କାର ଚାଲାଣ କାଟିବା ସହିତ କାରକୁ ସିଜ୍ କରିଛି ।

ବାରଣାସୀ କେଣ୍ଟ ଥାନା ଅନ୍ତର୍ଗତ ଏକ ଫର୍ଚୁନର କାର୍ ନମ୍ବର ପ୍ଲେଟରେ ଠାକୁର ଶବ୍ଦ ଲେଖିଥିଲେ । ଏହାକୁ କେହି ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଏହି ଭିଡିଓ ଭାଇରାଲ୍ ଏହା ପରେ ପୋଲିସ ତୁରନ୍ତ ଏହା ବାବାଦରେ ଖବର ନେବା ସହିତ କାରକୁ ଅଟକାଇଥିଲା । ଏହା ପରେ କାର୍ ମାଲିକ ପୋଲିସ ଉପରେ ହାକିମ ଦେଖାଇଥିଲେ । ପରେ କ୍ୟାଣ୍ଟ ଥାନା ପୋଲିସ କାରକୁ ସିଜ୍ କରିବା ସହିତ ୨୮ହଜାର ୫୦୦ ଟଙ୍କା ଜରିମାନା ଲଗାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.