ଜ୍ଞାନବ୍ୟାପୀ ମସ୍‌ଜିଦ୍ ମାମଲାରେ ହିନ୍ଦୁ ପକ୍ଷକୁ ଶକ୍ତ ଝଟ୍‌କା: କାର୍ବନ ଡେଟିଂ ପାଇଁ ମନାକଲେ କୋର୍ଟ: ଆବେଦନ ଖାରଜ

Published By : Prameya-News7 Bureau | October 14, 2022 IST

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସ୍‌ଜିଦ୍ ମାମଲାରେ ହିନ୍ଦୁ ପକ୍ଷକୁ ଶକ୍ତ ଝଟ୍‌କା। ମସ୍‌ଜିଦ୍‌ର କାର୍ବନ ଡେଟିଂ ପାଇଁ ହୋଇଥିବା ଆବେଦନକୁ ଖାରଜ କଲେ କୋର୍ଟ। ଜ୍ଞାନବ୍ୟାପୀ ମସ୍‌ଜିଦ୍‌ରେ ଶିବ ଲିଙ୍ଗ ଥିବା ଦାବି କରି ଏହାର କାର୍ବନ୍‌ ଡେଟିଂ କରିବାକୁ ଆବେଦନ କରିଥିଲେ ହିନ୍ଦୁ ପକ୍ଷ। ଏହି ଆବେଦନକୁ ଖାରଜ୍ କରିଦେଇଛନ୍ତି ବାରାଣସୀ କୋର୍ଟ।

ମସ୍‌ଜିଦ୍‌ର ୱଜୁଖାନାରେ ଶିବଲିଙ୍ଗ ଥିବା ଦାବି କରିଆସୁଛି ହିନ୍ଦୁ ପକ୍ଷ। କେବଳ ସେତିକି ନୁହେଁ ମସ୍‌ଜିଦ୍ ଏକ ମନ୍ଦିର ଥିଲା। ଏହାର କାର୍ବନ ଡେଟିଂ କଲେ ସତ୍ୟତା ଜଣାପଡ଼ିବ ବୋଲି କୋର୍ଟରେ ଆବେଦନ କରିଥିଲା ହିନ୍ଦୁ ପକ୍ଷ। ଏହାକୁ ବିରୋଧ କରିଥିଲା ଜ୍ଞାନବ୍ୟାପୀ କମିଟି।  

ବାରାଣସୀର କାଶି ବିଶ୍ୱନାଥ ମନ୍ଦିର ସାମ୍ନାକୁ ଜ୍ଞାନବ୍ୟାପୀ ମସ୍‌ଜିଦ୍ ରହିଛି। ଏହା ହିନ୍ଦୁ ମନ୍ଦିର ଉପରେ ତିଆରି କରାଯାଇଛି। ମୁଗଲ ଶାସକ ଔରଙ୍ଗ ଜେବ୍‌ଙ୍କ ନିର୍ଦ୍ଦଶରେ ହିନ୍ଦୁ ମନ୍ଦିର ଭାଙ୍ଗି ତା ଉପରେ ମସ୍‌ଜିଦ୍ ତିଆରି ହୋଇଛି ବୋଲି ହିନ୍ଦୁ ପକ୍ଷ ବାରଣାସୀ କୋର୍ଟରେ ଆବେଦନ କରିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.