Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଅନ୍ଧାର ରାତିରେ ବାଣୀ କପୁରଙ୍କ ଜଲଓ୍ୱା, ହଟ୍‌ ଡ୍ରେସ୍‌ ପିନ୍ଧି କଲେ ଫଟୋ ସେୟାର

8/03/2023 at 12:40 PM

ମୁମ୍ବାଇ ୦୮।୦୩ :  ବାଣୀ କପୁର । କିଏ ବା ନଜାଣେ , ଏହି ଅଭିନେତ୍ରୀଙ୍କ ନାଁ । ଲୁକ୍ ଯେମିତି , ଆକ୍ଟିଂ ବି ସେମିତି । ହେଲେ ସବୁ ବେଳେ ନିଜ ଲୁକ୍‌ ପାଇଁ ଚର୍ଚ୍ଚାରେ ରହୁଥିବା ବାଣୀ କପୁର , ଏଥର କିନ୍ତୁ  ନିଜର ହଟ୍‌ ଫଟୋ ସୁଟ୍‌ ପାଇଁ ଚର୍ଚ୍ଚାରେ ଅଛନ୍ତି । ନିଜ ସୋସିଆଲ୍‌ ମିଡିଆରେ ନିଜର ହଟ୍‌ ଫଟୋ ସେୟାର କରିଛନ୍ତି ବାଣୀ କପୁର ।

ଏହି ଫଟୋରେ ବାଣୀ କପୁର ଏକ ଧଳ ରଙ୍ଗର ଲୋ-ହାଇ ଡିପ୍‌ନେକ୍‌ର ଡ୍ରେସ୍‌ ପିନ୍ଧିଛନ୍ତି । ଯେଉଁଥିରେ ସେ ଖୁବ୍‌ ସୁନ୍ଦର ମଧ୍ୟ ଲାଗୁଛନ୍ତି । ଫଟୋର କ୍ୟାପସନ୍‌ରେ ଏହା ପ୍ୟାରିସ୍‌ ବୋଲି ଦର୍ଶାଇଛନ୍ତି ବାଣୀ କପୁର ।

ବାଣୀ କପୁରଙ୍କ ଏହି ଫଟୋରେ ୟୁଜର୍ସ ଅନେକ କମେଣ୍ଟ ଦେଇଛନ୍ତି । କିଏ କହୁଛନ୍ତି ଆପଣ ବହୁତ ସୁନ୍ଦର ଲାଗୁଛନ୍ତି ତ , ଆଉ କିଏ କିଏ ଲଭ ଥିବା ଇମୋଜି ଦେଇଛନ୍ତି । ୟୁଜର୍ସଙ୍କ ମଧ୍ୟରେ ଚର୍ଚ୍ଚିତ ଅଭିନେତ୍ରୀ ରାଶି ଖାନ୍ନା ଏବଂ ବାଣୀ କପୁରଙ୍କ ଭଉଣୀ ମଧ୍ୟ କମେଣ୍ଟ ଦେଇଛନ୍ତି ।

୨୦୧୩ରେ ସୁଧ ଦେଶୀ ରୋମାନ୍ସରୁ ନିଜର ବଲିଉଡ୍‌ ଯାତ୍ରା ଆରମ୍ଭ କରିଥିଲେ ବାଣୀ କପୁର । ଅବଶ୍ୟ ଫିଲ୍ମକୁ ସେତେଟା ସଫଳତା ମିଳିନଥିଲେ ମଧ୍ୟ ଫ୍ୟାନ୍ସଙ୍କ ମନରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ବାଣୀ କପୁର । ଏହି ଫିଲ୍ମ ପାଇଁ ତାଙ୍କ ବେଷ୍ଟ ଡେବ୍ୟୁ ହିରୋଇନ ଭାବେ ପିଲ୍ମ ପେୟାର ପକ୍ଷରୁ ସୁରସ୍କାର ଦିଆଯାଇଥିଲା ।

ଏହାପରେ ହ୍ରିତିକ ରୋଶନଙ୍କ ସହିତ ଓ୍ୱାର ଫିଲ୍ମରେ ନଜର ଆସିଥିଲେ ବାଣୀ କପୁର । ଯାହା ତାଙ୍କ କ୍ୟାରିୟର ଟର୍ଣ୍ଣିଂ ପଏଣ୍ଟ ସାଜିଥିଲା । ଏହାପର ୨୦୨୨ରେ ଆସିଥିବା ରଣବୀର କପୁର ଷ୍ଟାରର ସମ୍‌ସେରା ମଧ୍ୟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା ।

   Related Posts