ବନ୍ଦେ ଭାରତ ଟ୍ରେନ୍ ପରେ ଆସୁଛି ବନ୍ଦେ ମେଟ୍ରୋ, ଜାଣନ୍ତୁ ଏହା କେଉଁ ସହରରେ ଗଡିବ

Published By : Prameya-News7 Bureau | August 02, 2024 IST

ନୂଆଦିଲ୍ଲୀ ୦୨।୦୮: ଭାରତର ପ୍ରଗତି ଏବଂ ଅର୍ଥନୀତିରେ ପ୍ରମୁଖ ଅବଦାନ ଭାରତୀୟ ରେଳର ରହିଛି। ଭାରତର ପ୍ରଥମ ହାଇ ସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ପରେ ବର୍ତ୍ତମାନ ରେଳବାଇ ଦେଶକୁ ବନ୍ଦେ ମେଟ୍ରୋ ଦେବାକୁ ଯାଉଛି । ଆସନ୍ତୁ ଜାଣିବା କେଉଁ ସହର ବନ୍ଦେ ମେଟ୍ରୋ ଟ୍ରେନର ସୁବିଧା ପାଇବେ ଏବଂ ଏହି ଟ୍ରେନରେ କଣ କଣ ରହିବ ସୁବିଧା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି କି ୧୫୦ ରୁ ୨୦୦ କିଲୋମିଟର ଦୂରତା ବିଶିଷ୍ଠ ୨ଟି ସହରରେ ଚାଲିବ ବନ୍ଦେ ମେଟ୍ରୋ । ଯାହାର  ଡିଜାଇନ୍ ପ୍ରସ୍ତୁତ ହୋଇ ସାରିଛି । 

ସୂଚନା ଅନୁଯାୟୀ, ବନ୍ଦେ ମେଟ୍ରୋ ଟ୍ରେନ୍ ବାସ୍ତବରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଏକ ସ୍ୱଳ୍ପ ଦୂରତା ଆଧୁନିକ ଫର୍ମାଟ୍  । ପ୍ରାୟ ୧୦୦ରୁ ୨୦୦ କିଲୋମିଟର ଭିତରେ ଆସୁଥିବା ୧୨୪ଟି ସହରକୁ ଏହା ସଂଯୋଗ କରିବ । କେବଳ ଏତିକି ନୁହେଁ, ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ପରି ବନ୍ଦେ ମେଟ୍ରୋ ଟ୍ରେନ୍ ମଧ୍ୟ ସ୍ୱୟଂଚାଳିତ ହୋଇଛି । ଏହାର ବିଶେଷତ୍ୱ ହେଉଛି ଏହା ଲୋକୋମୋଟିଭ୍ ଇଞ୍ଜିନ ବିନା ଟ୍ରାକରେ ଦୌଡିବ । 

ବନ୍ଦେ ମେଟ୍ରୋ ଟ୍ରେନର ଲୁକ୍ ଏବଂ ଭିତ୍ତିଭୂମି ଅନ୍ୟ ଲୋକାଲ୍‌ ମେଟ୍ରୋ ଟ୍ରେନ୍ ଅପେକ୍ଷା ଭଲ ରହିବ ।  ଏହି ଟ୍ରେନର ଇଣ୍ଟେରିଅର୍‌ ହାଇକ୍ଲାସ୍‌ ସୁବିଧା ରହିଛି । ଯେଉଁଥିରେ ଯାତ୍ରୀମାନେ ଠିଆ ହୋଇ କିମ୍ବା ବସି ଯାତ୍ରା କରିବା ପାଇଁ ସ୍ବତନ୍ତ୍ର କରାଯାଇଛି । ବନ୍ଦେ ମେଟ୍ରୋ ଟ୍ରେନର ଗତି ଅନ୍ୟ ମେନ୍ ଲାଇନ୍ EMU ଅପେକ୍ଷା ଅଧିକ ।  ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୩୦ କିଲୋମିଟର ହେବ । 

ବନ୍ଦେ ମେଟ୍ରୋ ଟ୍ରେନ୍ ଗୁଡିକ ଏସି କୋଚ୍ ରହିଛି । ଏହାସହିତ ବନ୍ଦେ ମେଟ୍ରୋ ଟ୍ରେନ୍ରେ ଅଟୋମେଟିକ୍‌ ଗେଟ୍‌, ମୋବାଇଲ୍ ଚାର୍ଜିଂ ସକେଟ୍ ଏବଂ ଡିଫ୍ୟୁଜ୍‌ ଲାଇଟ୍‌ ରହିବ । ସୁରକ୍ଷା ପାଇଁ ଟ୍ରେନରେ ସିସିଟିଭି କ୍ୟାମେରା ଲଗାଯିବ । ଏହାବ୍ୟତୀତ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏଥିରେ ‘କବଚ’ ଟ୍ରେନ୍ ଆଣ୍ଟି କଲେଜିୟମ୍‌ ସିଷ୍ଟମ ଲାଗିବ । 

ଖବର ଅନୁଯାୟୀ ବନ୍ଦେ ମେଟ୍ରୋ ପ୍ରାୟ ୧୨୪ଟି ସହରକୁ ସଂଯୋଗ କରିବ। ଏଥିରେ ଚିହ୍ନିତ ମାର୍ଗଗୁଡିକ ମଧ୍ୟରୁ ଲକ୍ଷ୍ନୌ- କାନପୁର, ଆଗ୍ରା-ମଥୁରା, ଦିଲ୍ଲୀ-ରେୱାରୀ, ଭୁବନେଶ୍ୱର-ବାଲେଶ୍ବର ଏବଂ ତିରୁପତି-ଚେନ୍ନାଇ ସାମିଲ ରହିଛି । ଏହାବ୍ୟତୀତ ବିହାରର ଭାଗଲପୁର ଏବଂ ପଶ୍ଚିମବଙ୍ଗର ବଙ୍ଗାଲର ହାଓ୍ବାଡା ଭିତରେ ବନ୍ଦେ ମେଟ୍ରୋ ଚାଲିବା ନେଇ କୁହାଯାଉଛି । 

ତେବେ ୭୦୦ କିଲୋମିଟର ଏବଂ ୧୦୦୦ କିଲୋମିଟରରୁ ଅଧିକ ଦୂରତା ଯାତ୍ରା ପାଇଁ ଡିଜାଇନ୍ କରାଯାଇଛି ବନ୍ଦେ ସ୍ଲିପର । ପ୍ରଥମ ଟ୍ରେନ୍ ପ୍ରସ୍ତୁତ କରାଯାଇ ସରିଛି ଏବଂ ଏହାର ପରୀକ୍ଷଣ କାର୍ଯ୍ୟ ଚାଲିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.