ଲକ୍ଷ୍ନୌ ୦୬।୦୨ ; ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ପ୍ରତିଦିନର ଟ୍ରେନ୍ ସମସ୍ୟାରୁ ମିଳିବ ଆଶ୍ବସ୍ତି । ଉତ୍ତରପ୍ରଦେଶରେ ଆରମ୍ଭ ହେବ ବନ୍ଦେ ଭାରତ ଟ୍ରେନ୍ । ମାତ୍ରା ୪୫ରୁ ୫୦ ମିନିଟ ମଧ୍ୟରେ ହିଁ ଲକ୍ଷ୍ନୌରୁ-କାନପୁର କରିହେବ ଯାତ୍ରା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି ଯେ ଲକ୍ଷ୍ନୌରୁ ସୀତାପୁର ଏବଂ କାନପୁର ମଧ୍ୟରେ ବନ୍ଦେ ଭାରତ ମେଟ୍ରୋ ଚଳାଚଳ କରିବ । ଇଣ୍ଟରସିଟି ଏକ୍ସପ୍ରେସ ଗୁଡିକ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ରୂପ ନେବ। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏହି ଟ୍ରେନ୍ ଚାଲିବା ଦ୍ବାରା ପ୍ରାୟ ୧.୫ ଲକ୍ଷ ଯାତ୍ରୀ ବେଶ ଉପକୃତ ହେବେ।
ସୂଚନା ଅନୁଯାୟୀ, ଲକ୍ଷ୍ନୌ ଓ କାନପୁର ମଧ୍ୟରେ ସର୍ବାଧିକ ସଂଖ୍ୟକ ଲୋକ ଯାତ୍ରା କରିଥାନ୍ତି । ତେବେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଲଓ୍ଵେ ପକ୍ଷରୁ ଏହି ବ୍ୟବସ୍ଥା କରାଯାଉଛି । ତେବେ ବନ୍ଦେ ଭାରତ ଟ୍ରେନରେ ଲକ୍ଷ୍ନୌରୁ କାନପୁର ଯିବାକୁ ଏବେ ମାତ୍ର ୪୫ରୁ ୫୦ ମିନିଟ ଲାଗିବ । ଯେଉଁଥିପାଇଁ ଏବେ ଦୁଇ ରୁ ଅଢେଇ ଘଣ୍ଟାର ସମୟ ଲାଗୁଛି । ଖବର ଅନୁଯାୟୀ, ବର୍ତ୍ତମାନ ଲକ୍ଷ୍ନୌରୁ କାନପୁର ପର୍ଯ୍ୟନ୍ତ ପ୍ରାୟ ୧୧୦ଟି ଟ୍ରେନ୍ ଚଳାଚଳ କରୁଛି । ଏଥିରେ ଦୈନିକ ଏବଂ ସାପ୍ତାହିକ ଟ୍ରେନ୍ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।
ତେବେ ରେଳମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯାତ୍ରୀଙ୍କ ସୁବିଧା ପାଇଁ ରାଜଧାନୀ ଏକ୍ସପ୍ରେସ୍ ଲାଇନରେ ଅଧିକ କୋଚ ଲଗାଇବା ପାଇଁ ଯୋଜନା କରାଯାଉଛି । ଚଳିତବର୍ଷର ଶେଷ ସୁଦ୍ଧା ୨୦୦ଟି କୋଚ୍ ବଦଳାଯିବ । ଆଗାମୀ ୩ ରୁ ୪ ବର୍ଷ ମଧ୍ୟରେ ସମସ୍ତ ଟ୍ରେନର କୋଚ୍ ଆଧୁନିକୀକରଣ କରାଯିବ ।