ଯାଜପୁର ବୈତରଣିରୋଡ ନିକଟରେ ଅଟକିଲା ବନ୍ଦେ ଭାରତ ଟ୍ରେନ୍

Published By : Prameya-News7 Bureau | May 21, 2023 IST

ଭଦ୍ରକ: ଅଧାରୁ ଅଟକିଲା ବନ୍ଦେ ଭାରତ ଟ୍ରେନ୍। ଯାତ୍ରୀଙ୍କୁ ନେଇଯାଉଥିବା ବେଳେ ବୈତରଣିରୋଡ ନିକଟରେ ଟ୍ରେନ୍‌ଟି ଅଟକି ରହିଛି। ଇଞ୍ଜିନରୁ ବିଦ୍ୟୁତ ତାରକୁ ସଂଯୋଗ କରୁଥିବା ଯନ୍ତ୍ରାଂଶରେ ତ୍ରୁଟି ଯୋଗୁ ଟ୍ରେନ୍‌ଟି ଅଧାରେ ଅଟକି ରହିଥିବା ସୂଚନା ମିଳିଛି।

{"id":789991,"sizeSlug":"full","linkDestination":"none"}

ଅସୁବିଧା ନେଇ ରେଳବାଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନଥିବା ବେଳେ ଟେକନିକାଲ ଟିମକୁ ଘଟଣାସ୍ଥଳକୁ ପଠାଯାଇଥିବା ସୂଚନା ମିଳିଛି।ମିଳିଥିବା ସୂଚନା ଅନୁସାରେ, ଟ୍ରେନ୍‌ରେ ବିଦ୍ୟୁତ୍ ସଂଯୋଗ ହୋଇପାରି ନାହିଁ। ଟ୍ରେନ୍‌ ଭିତରେ ଲୋକେ ଅନ୍ଧାର ଭିତରେ ରହିଥିବା ଦେଖିବାକୁ ମିଳିଛି।

Image

୪.୩୫ରୁ ଟ୍ରେନ୍‌ଟେ ବୈତରଣୀରୋଡ୍ ପୋଲ ଉପରେ ଅଟକି ରହିଥିବା ବେଳେ ଟ୍ରେନ୍‌କୁ ଚାଲୁ କରିବାକୁ ଉଦ୍ୟମ ଜାରି ରହିଛି। କାଳ ବୈଶାଖୀ ଯୋଗୁ ବର୍ଷା ଓଭରହେଡ୍ ୱାରିଂରେ ଗଢ଼ ପଡ଼ିଯିବାରୁ ପାୱାର ସପ୍ଲାଏ ବନ୍ଦ ହୋଇଯାଇଥିବା ସୂଚନା ମିଳିଛି। ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା କାଚ ଭାଙ୍ଗିବା ସହ ତାର ଛିଡ଼ିଯାଇଛି।

Image

ବନ୍ଦେ ଭାରତ ଟ୍ରେନ୍ ପୁରୀରୁ ହାୱାଡା ଅଭିମୁଖେ ଯାଉଥିବା ବେଳେ ବୈତରଣୀରୋଡ୍‌ରେ ଭୟଙ୍କର ବଜ୍ରାଘାତ ଯୋଗୁ ରେଳୱେ ବିଦ୍ୟୁତ୍‌ ତାର ଜଳିଯାଇଥିବା ବେଳେ ଶଙ୍ଖ ଗୁଡ଼ିକ ଭାଙ୍ଗି ଯାଇଛି। ଏଥିସହିତ ଟ୍ରେନ୍‌ର କାଚଗୁଡ଼ିକ ଫାଟିଯାଇଥିବା ସୂଚନା ମିଳିଛି। ଟ୍ରେନ୍ ବୈତରଣୀ ରୋଡ ପୋଲରେ ଅଟକି ରହିଛି।

wp:embed {"url":"https://twitter.com/NEWS7Odia/status/1660273717472296960?s=20","type":"rich","providerNameSlug":"twitter","responsive":true}
https://twitter.com/NEWS7Odia/status/1660273717472296960?s=20
/wp:embed
Image

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.