ବନ୍ଦେ ଭାରତ ମିଶନରେ କରୋନା ରୋଗୀ ଚିହ୍ନଟ ପରେ ଭାରତୀୟଙ୍କ ପ୍ରବେଶ ଉପରେ କଟକଣା ଲଗାଇଲା ଚୀନ
5/11/2020 at 10:10 PM

ନୂଆଦିଲ୍ଲୀ ୦୫।୧୧: ଚୀନ ଗୁରୁବାର ଗତ ସପ୍ତାହରେ ବନ୍ଦେ ଭାରତ ମିଶନରେ କୋଭିଡ୍-୧୯ ପଜିଟିଭ୍ ରୋଗୀ ଚିହ୍ନଟ ହେବା ପରେ ଭାରତରୁ ଆସୁଥିବା ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ପ୍ରତିବନ୍ଧକ କେବଳ ଚାଇନାକୁ ଯାତ୍ରା କରିବାକୁ ଚାହୁଁଥିବା ଅଣ ଚାଇନିଜ ଯାତ୍ରୀଙ୍କ ପାଇଁ ଲାଗୁ କରାଯାଇଛି।
ଉଲ୍ଲେଖନୀୟ ଭାରତ ଓ ଚୀନ ମଧ୍ୟରେ ବାଣିଜ୍ୟିକ ଉଡାଣ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ। ଏବେ କେବଳ ଭାରତୀୟ ବିମାନ ଏୟାର ଇଣ୍ଡିଆ ଚୀନର ଅନେକ ସହରରେ ଫସି ରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ମିଶନ ଚଳାଇଛି। କିନ୍ତୁ ଚୀନ ପ୍ରଶାସନ ଦ୍ଵାରା ବର୍ତ୍ତମାନ ଲାଗୁ ହୋଇଥିବା ନିୟମ ଆଧାରରେ ଭାରତରୁ ବିମାନ ଯାତ୍ରା ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରହିଛି।
ଚୀନର ଏହି ନିଷ୍ପତ୍ତିରେ ଚୀନ ରାଷ୍ଟ୍ରଦୂତ, ସର୍ଭିସ, ଶିଷ୍ଟାଚାର ଓ ସି ଭିସା ରଖିଥିବା ବିଦେଶୀ ପ୍ରଭାବିତ ହେବେ ନାହିଁ। ଜରୁରୀକାଳୀନ ସ୍ଥିତିରେ ଚୀନ ଯିବାକୁ ଥିବା ବିଦେଶୀଙ୍କୁ ଭାରତରେ ଚୀନ ରାଷ୍ଟ୍ରଦୂତ/ବାଣିଜ୍ୟିକ ଦୂତାବାସରେ ଭିସା ପ୍ରସ୍ତୁତ କରି ପାରିବେ। ନଭେମ୍ବର ୩ ପରେ ଜାରି ଭିସା ସହିତ ଚୀନରେ ପ୍ରବେଶ କରିପାରିବେ।
ବିବୃତ୍ତିରେ କୁହାଯାଇଛି ଯେ, ଚୀନ ସମୟ ଏବଂ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ସହିତ ଘୋଷଣା କରିବ। ଚୀନ ବେଲଜିୟମ, ବ୍ରିଟେନ୍ ଓ ଫିଲିପାଇନ୍ସ ପରି ଦେଶର ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ମଧ୍ୟ ଅସ୍ଥାୟୀ ଭାବେ ପ୍ରତିବନ୍ଧକ ଲଗାଇଛି।